ଡାଏରୀରେ ଡେଥ୍‌ ପ୍ଲଟ: ୧୧ ଜଣଙ୍କ ମୃତ୍ୟୁ ଘଟଣାରେ ଫିଟୁଛି ଗୁମର : ପଢନ୍ତୁ କ’ଣ ଲେଖାଯାଇଛି

ନୂଆଦିଲ୍ଲୀ: ଫିଟୁଛି ଗୁମର। ଦିଲ୍ଲୀରେ ଗୋଟିଏ ଘରୁ ସନ୍ଦେହଜନକ ଭାବରେ ୧୧ଟି ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।   ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ଘର ଭିତରେ କୌଣସି ଧାର୍ମିକ କିମ୍ବା ରହସ୍ୟମୟ କାର୍ଯ୍ୟକଳାପରେ ଲିପ୍ତ ଥିଲେ ପରିବାର ଲୋକ । ଏହି ଘଟଣାରେ ଖିଅ ଖୋଜୁଛି ପୋଲିସ । ଉକ୍ତ ଘରୁ ଏକ ଡାଏରୀ ମିଳିଛି । ଏଥିରେ ଲେଖାଯାଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛି ପୋଲିସ । ପୋଲିସ କହିବା ଅନୁଯାୟୀ, […]

k-111

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 09:10 PM IST

ନୂଆଦିଲ୍ଲୀ: ଫିଟୁଛି ଗୁମର। ଦିଲ୍ଲୀରେ ଗୋଟିଏ ଘରୁ ସନ୍ଦେହଜନକ ଭାବରେ ୧୧ଟି ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।   ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ଘର ଭିତରେ କୌଣସି ଧାର୍ମିକ କିମ୍ବା ରହସ୍ୟମୟ କାର୍ଯ୍ୟକଳାପରେ ଲିପ୍ତ ଥିଲେ ପରିବାର ଲୋକ । ଏହି ଘଟଣାରେ ଖିଅ ଖୋଜୁଛି ପୋଲିସ । ଉକ୍ତ ଘରୁ ଏକ ଡାଏରୀ ମିଳିଛି । ଏଥିରେ ଲେଖାଯାଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛି ପୋଲିସ । ପୋଲିସ କହିବା ଅନୁଯାୟୀ, ଡାଏରୀରେ ଯାହା ଲେଖାହୋଇଛି ସେଥିରୁ ମୃତ୍ୟୁ ବେଳେ  ସମସ୍ତେ ଗୋଟିଏ ଉପାୟକୁ ଆପଣେଇଥିବା ସନ୍ଦେହ କରାଯାଉଛି।  ଡାଏରୀରେ ଲେଖାହୋଇଛି ଯେ ଆଖିରେ ପଟି ଠିକ୍‌ ଭାବେ ବନ୍ଧା ହେବା ଦରକାର ।

ଦୌଡି ସହିତ ଏକ ଶାଢି କିମ୍ବା ଓଢଣି ସାଙ୍ଗରେ ଥିବା ଦରକାର । ସମୁହ ମୋକ୍ଷ ପ୍ରାପ୍ତି ପାଇଁ ଥିବା ବିଭିନ୍ନ ସୋପାନ ଗୁଡିକ ଏହି ଡାଏରୀରେ ଲେଖାହୋଇଛି । ଏହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢାଉଛି ସେହିପରି ଡାଏରୀରେ ଲେଖାହୋଇଥିବା ତଥ୍ୟ ଅନୁସାରେ, ୭ଦିନ ଧରି ପୂଜା କରାଯିବ । ଗୁରୁବାର କିମ୍ବା ରବିବାର ଦିନ ଏହି କ୍ରିୟା କରାଯିବ । ଯଦି ଘରକୁ କେହି ବ୍ୟକ୍ତି ଆସନ୍ତି ତେବେ ତା’ପର ଦିନ ଏହି କ୍ରିୟା କରାଯିବ । ଏହି ତଥ୍ୟ ପାଇବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଡାଏରୀଟି ହିନ୍ଦୀରେ ଲେଖାଯାଇଛି। ସୂଚନା ଯୋଗ୍ୟ ଯେ, ଦିଲ୍ଲୀର ବୁରାଡ଼ୀ ଅଞ୍ଚଳରେ ଗୋଟିଏ ଘରୁ ୧୧ଟି ମୃତଦେହ  ଉଦ୍ଧାର କରାଯାଇଛି। ୧୦ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଗୋଟିଏ ମୃତଦେହ ତଳେ ପଡ଼ିଥିଲା।

Related story