ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ସଜାଗ ହେଲା ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ ଦିଆଯାଇଛି। ୟୁପି ପୁଲିସର ଜରୁରୀକାଳୀନ ସେବା ଡାଏଲ୍ ୧୧୨ର ହ୍ୱାଟ୍ସଆପ୍‌କୁ ମେସେଜ କରି ହତ୍ୟା ଧମକ ଦିଆଯାଇଛି। ଏପରିକି ଯୋଗୀଙ୍କ ବାବଦରେ ଆପତ୍ତିଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଇଥିବା ଦେଖିବାକୁ ମିଳିଛି। ଡାଏଲ୍ ୧୧୨ ସର୍ଭିସର ଅଧିକାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ମେସେଜ କରିଥିବା ବ୍ୟକ୍ତିଙ୍କ ଘର ଆଗ୍ରାର ବୋଲି […]

yogi adityanath

Subhransu Sekhar
  • Published: Saturday, 12 December 2020
  • , Updated: 12 December 2020, 06:13 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ ଦିଆଯାଇଛି। ୟୁପି ପୁଲିସର ଜରୁରୀକାଳୀନ ସେବା ଡାଏଲ୍ ୧୧୨ର ହ୍ୱାଟ୍ସଆପ୍‌କୁ ମେସେଜ କରି ହତ୍ୟା ଧମକ ଦିଆଯାଇଛି। ଏପରିକି ଯୋଗୀଙ୍କ ବାବଦରେ ଆପତ୍ତିଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଇଥିବା ଦେଖିବାକୁ ମିଳିଛି। ଡାଏଲ୍ ୧୧୨ ସର୍ଭିସର ଅଧିକାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ଅନୁସନ୍ଧାନରୁ ମେସେଜ କରିଥିବା ବ୍ୟକ୍ତିଙ୍କ ଘର ଆଗ୍ରାର ବୋଲି ଜଣାପଡିଛି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋରାଦାବାଦ ଓ ଗାଜିଆବାଦ ଗସ୍ତରେ ଥିବା ବେଳେ ଦୁର୍ବୃତ୍ତ ଏଭଳି ମେସେଜ କରିଛି।

ଏହାପୂର୍ବରୁ ୨୩ ନଭେମ୍ବରରେ ଆଗ୍ରାର ଏକ ନମ୍ବରରୁ କଲ କରି ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯାଇଥିଲା। ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଲକ୍ଷ୍ନୌରୁ ଗିରଫ କରିଥିଲା। ଅଭିଯୁକ୍ତ ନାବାଳକ ଥିଲା। ପୁଲିସ ଏବେ ସେହି ନାବାଳକକୁ ଶିଶୁ ସୁଧାର ଗୃହକୁ ପଠାଯାଇଛି। ସେହିପରି ମେ ୨୧ରେ ଆଉ ଏକ ଫୋନ୍ କଲ୍ ମହାରାଷ୍ଟ୍ରରୁ ଆସିଥିଲା।

 

Related story