୯୦୦ ପାର ହେଲା କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା

ବେଜିଂ: ଘାତକ କରୋନା ଭାଇରସରେ ରବିବାର ୯୭ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୩,୦୬୨ କରୋନାରେ ସଂକ୍ରମିତ ହୋଇଛନ୍ତି। ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଯାବତ ୯୦୮ ଜଣ ଲୋକଙ୍କର ଏହି ଭାଇରସ ଦ୍ୱାରା ମୃତ୍ୟୁ ଘଟିଛି। ରବିବାର ପ୍ରାଣ ହରାଇଥିବା ୯୭ ଜଣଙ୍କ ମଧ୍ୟରୁ ୯୧ ଜଣ ହୁବେଇର। ଯେଉଁଠୁ ଏହି କରୋନା ଭାଇରସର ଉତ୍ପତ୍ତୀ ହୋଇଛି। ମୋଟ୍ ୪୦,୧୭୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ […]

CORONA

Subhransu Sekhar
  • Published: Monday, 10 February 2020
  • , Updated: 10 February 2020, 10:27 AM IST

ବେଜିଂ: ଘାତକ କରୋନା ଭାଇରସରେ ରବିବାର ୯୭ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ୩,୦୬୨ କରୋନାରେ ସଂକ୍ରମିତ ହୋଇଛନ୍ତି। ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଯାବତ ୯୦୮ ଜଣ ଲୋକଙ୍କର ଏହି ଭାଇରସ ଦ୍ୱାରା ମୃତ୍ୟୁ ଘଟିଛି। ରବିବାର ପ୍ରାଣ ହରାଇଥିବା ୯୭ ଜଣଙ୍କ ମଧ୍ୟରୁ ୯୧ ଜଣ ହୁବେଇର। ଯେଉଁଠୁ ଏହି କରୋନା ଭାଇରସର ଉତ୍ପତ୍ତୀ ହୋଇଛି। ମୋଟ୍ ୪୦,୧୭୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ରହିଛି।

ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ମୁତାବିକ ହୁବେଇ ବାହାରେ ରବିବାର ମୋଟ୍ ୪୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୁବେଇ ବାହାରେ ଗତ ସପ୍ତାହରେ ସୋମବାର ୮୯୦, ମଙ୍ଗଳବାର ୭୩୧, ବୁଧବାର ୭୦୭, ଗୁରୁବାର ୬୯୬, ଶୁକ୍ରବାର ୫୫୮ ଏବଂ ଶନିବାର ୫୦୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଓ୍ୱାର୍ଲଡ ହେଲଥ ଓରଗାନାଇଜେସନ (WHO) ଡାଇରେକ୍ଟର ଜେନେରାଲ ଟ୍ରେଡ୍ରାଁସ ଏଡୋନମ କହିଛନ୍ତି, ଚୀନକୁ ଏ ନେଇ ରିପୋର୍ଟ ମଗାଯାଇଛି। ଚୀନ ସରକାର ଏ ନେଇ ଜବାବ ଦେବା ପରେ ଏକ ବିଶେଷଜ୍ଞ ଟିମ୍ ଆସନ୍ତା ସପ୍ତାହରେ ଚୀନ ଅଭିମୁଖେ ଗସ୍ତ କରିବ।

Related story