ପାକିସ୍ତାନ ଓ ଆଫଗାନିସ୍ତାନରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୩୧୧କୁ ବୃଦ୍ଧି

କରାଚୀ/କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନରେ ସୋମବାର ହୋଇଥିବା ଭୂକଂପରେ ମୃତ୍ୟୁ ସଂଖ୍ୟା ୩୧୧କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ପାକିସ୍ତାନରେ ୨୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଫଗାନିସ୍ତାନରେ ୭୪ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ପୂରା ହିନ୍ଦୁକୋଶ ପର୍ବତ୍ୟାଞ୍ଚଳରେ ହୋଇଥିବା ଏହି ଭୂକଂପର ତୀବ୍ରତା ୭.୭ ରହିଥିଲା। ଏହି ଦୁଇ ଦେଶରେ ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷତି ହୋଇଛି। ଏବେ ବି ଧ୍ୱଂସସ୍ତୁପ ତଳେ ବହୁ ସାଧାରଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ସେନା ଓ ଅଗ୍ନୀଶମ ବିଭାଗର ମିଳିତ […]

residents-earthquake-mingora-damaged-rubble-after-house

Rakesh Mallick
  • Published: Tuesday, 27 October 2015
  • , Updated: 04 May 2017, 03:44 PM IST

କରାଚୀ/କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନରେ ସୋମବାର ହୋଇଥିବା ଭୂକଂପରେ ମୃତ୍ୟୁ ସଂଖ୍ୟା ୩୧୧କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ପାକିସ୍ତାନରେ ୨୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଫଗାନିସ୍ତାନରେ ୭୪ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ପୂରା ହିନ୍ଦୁକୋଶ ପର୍ବତ୍ୟାଞ୍ଚଳରେ ହୋଇଥିବା ଏହି ଭୂକଂପର ତୀବ୍ରତା ୭.୭ ରହିଥିଲା। ଏହି ଦୁଇ ଦେଶରେ ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷତି ହୋଇଛି। ଏବେ ବି ଧ୍ୱଂସସ୍ତୁପ ତଳେ ବହୁ ସାଧାରଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ସେନା ଓ ଅଗ୍ନୀଶମ ବିଭାଗର ମିଳିତ ସହଯୋଗରେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ବୋଲି ଦୁଇ ଦେଶର ସରକାରୀ ସୁତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ନେପାଳରେ ଭୟାଭୟ ଭୂମିକମ୍ପ ଓ ଭୂ-ସ୍ଖଳନ ଯୋଗୁଁ ପ୍ରାୟ ୧୦,୦୦୦ ଲୋକଙ୍କ ପ୍ରାଣହାନୀ ହୋଇଥିଲା।

Related story