ଅକ୍ଟୋବରରେ ନୂଆ ଏୟାର ଡିଫେନ୍ସ କମାଣ୍ଡ

ନୂଆଦିଲ୍ଲୀ: ଚାଇନା ସହ ଦିନକୁ ଦିନ ତିକ୍ତତା ବଢ଼ୁଥିବାରୁ ସେନା ବାହନୀକୁ ଅଧିକ ସଶକ୍ତ ଓ ଆଧୁନିକୀକରଣ କରିବା ପାଇଁ ପ୍ରତିରକ୍ଷା ବ୍ୟାପାର ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ବାୟୁସେନା ଅଧିନରେ ଗୋଟିଏ ନୂଆ ଏୟାର ଡିଫେନ୍ସ କମାଣ୍ଡ ଗଠନ କରାଯିବ। ଏହାକୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପ୍ରତିଷ୍ଠା କରାଯିବ। ଚଳିତ ବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଏହି କାମ ଶେଷ ହେବ ବୋଲି ଜଣାପଡ଼ିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ […]

cc

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 07:17 PM IST

ନୂଆଦିଲ୍ଲୀ: ଚାଇନା ସହ ଦିନକୁ ଦିନ ତିକ୍ତତା ବଢ଼ୁଥିବାରୁ ସେନା ବାହନୀକୁ ଅଧିକ ସଶକ୍ତ ଓ ଆଧୁନିକୀକରଣ କରିବା ପାଇଁ ପ୍ରତିରକ୍ଷା ବ୍ୟାପାର ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ବାୟୁସେନା ଅଧିନରେ ଗୋଟିଏ ନୂଆ ଏୟାର ଡିଫେନ୍ସ କମାଣ୍ଡ ଗଠନ କରାଯିବ। ଏହାକୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପ୍ରତିଷ୍ଠା କରାଯିବ। ଚଳିତ ବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଏହି କାମ ଶେଷ ହେବ ବୋଲି ଜଣାପଡ଼ିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ କମାଣ୍ଡ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ଅକ୍ଟୋବର ୮ରେ ବାୟୁସେନା ଦିବସ ପାଳନ କରାଯିବ। ସମ୍ଭବତଃ ଏହି ତାରିଖରେ ପ୍ରୟାଗରାଜରେ ହିଁ ନୂଆ ଏୟାର ଡିଫେନ୍ସ କମାଣ୍ଡ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯିବ।

Related story