ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବି ପ୍ରଦୂଷଣ ଜନିତ ସ୍ଥିତି ସଂଗୀନ ରହିଛି। ବାୟୁମଣ୍ଡଳରେ ପ୍ରଦୂଷଣ ଓ କୁହୁଡି ଏତେ ଘନ ରହିଛି ଯେ, ନିଶ୍ୱାସ ନେବା ମୁସକିଲ୍ ହୋଇ ଗଲାଣି। ପୂରା ସହର କୁହୁଡି ଓ ଧୂଆଁରେ ଆଚ୍ଛାଦିତ ହୋଇଛି। ସ୍ଥିତିକୁ ନଜରରେ ରଖି ଯୁଗ୍ମ ଅଯୁଗ୍ମ ଗାଡ଼ି ଚଳାଚଳ ନିୟମ ପୁଣି ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ସବୁକୁ ଦିଲ୍ଲୀ ଭିତରେ ପ୍ରବେଶକୁ ବାରଣ କରାଯାଇଛି। ନିର୍ମାଣ କାମ ମଧ୍ୟ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେତେକ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ମଧ୍ୟ ଡାକ୍ତର ପରାମର୍ଶ ଦେଇଛନ୍ତି।
ରିପୋର୍ଟ ଅନୁସାରେ ଦିଲ୍ଲୀ ପ୍ରଦୂଷଣରେ ପଞ୍ଜାବ ଓ ହରିଆଣା ସାଙ୍ଗକୁ ପାକିସ୍ତାନ ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକ ମଧ୍ୟ କେତେକାଂଶରେ ଦାୟୀ। । ଏହା ସହ କୁଏତ ଓ ଇରାକରୁ ଆସୁଥିବା ଧୂଳିକଣା ମଧ୍ୟ କେତେକାଂଶରେ ପ୍ରଦୂଷଣ ପାଇଁ ଦାୟୀ।