ଦିଲ୍ଲୀରେ ହ୍ୟାଟ୍ରିକ୍‌ ‘ଆପ୍‌’ ସରକାର, କେଜ୍ରି କହିଲେ ଭାରତ ମାତାଙ୍କ ବିଜୟ

ନୂଆଦିଲ୍ଲୀ: ୨୦୧୫ର ସଫଳତା ଦୋହରାଇ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପୁଣିଥରେ ଦିଲ୍ଲୀ ବିଧାନସଭା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ ଆପ୍ ୬୨ଟି ଆସନରେ ଜିତିପାରିଛି। ଏହି ଦଳ ମୋଟ ଭୋଟ୍‌ର ଅଧା କରାୟତ୍ତ କରିପାରିଥିବାବେଳେ ୯୦% ଆସନରେ ବିଜୟୀ ହୋଇଛି। ଏହି ୮ ବର୍ଷର ଦଳ ବିଜେପିର ଦିଲ୍ଲୀ ଦଖଲ ସ୍ୱପ୍ନକୁ ସ୍ୱପ୍ନରେ ରଖିବାରେ ସଫଳ ହୋଇଥିବାବେଳେ ସର୍ବପୁରାତନ ଦଳ କଂଗ୍ରେସକୁ ‘ଶୂନ’ରେ ସୀମିତ ରହିବାକୁ ବାଧ୍ୟ କରିଛି। […]

aap

aap

Subrat Kumar Nayak
  • Published: Tuesday, 11 February 2020
  • Updated: 11 February 2020, 09:45 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୫ର ସଫଳତା ଦୋହରାଇ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପୁଣିଥରେ ଦିଲ୍ଲୀ ବିଧାନସଭା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନରେ ଆପ୍ ୬୨ଟି ଆସନରେ ଜିତିପାରିଛି। ଏହି ଦଳ ମୋଟ ଭୋଟ୍‌ର ଅଧା କରାୟତ୍ତ କରିପାରିଥିବାବେଳେ ୯୦% ଆସନରେ ବିଜୟୀ ହୋଇଛି। ଏହି ୮ ବର୍ଷର ଦଳ ବିଜେପିର ଦିଲ୍ଲୀ ଦଖଲ ସ୍ୱପ୍ନକୁ ସ୍ୱପ୍ନରେ ରଖିବାରେ ସଫଳ ହୋଇଥିବାବେଳେ ସର୍ବପୁରାତନ ଦଳ କଂଗ୍ରେସକୁ ‘ଶୂନ’ରେ ସୀମିତ ରହିବାକୁ ବାଧ୍ୟ କରିଛି। ଅନ୍ୟପକ୍ଷରେ ଗଣତି ଆରମ୍ଭରୁ ଆପ୍‌କୁ କଡ଼ା ଟକ୍କର ଦେଇଆସିଥିବା ବିଜେପି ମାତ୍ର ୮ଟି ଆସନରେ ବିଜୟୀ ହୋଇପାରିଛି।

ଆପ୍‌ ମୁଖ୍ୟ ତଥା ଏହି ବିଜୟ ପରେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲ ଏହି ବିଜୟ ପରେ କହିଛନ୍ତି, “ନିଜ ପୁଅକୁ ଏତେ ପ୍ରେମ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ ହୃଦୟରୁ ଶୁଭେଚ୍ଛା। ଆଜି ଦିଲ୍ଲୀ ବାସୀ ଏକ ନୂଆ ରାଜନୀତିକୁ ଜନ୍ମ ଦେଇଛନ୍ତି। ଏହା ଭାରତ ମାତାଙ୍କ ବିଜୟ। ଜୟ ହିନ୍ଦ।”

କେଜ୍ରିୱାଲଙ୍କ ବିଜୟ ପରେ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଆପ୍‌ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ। ଦିଲ୍ଲୀ ବାସୀଙ୍କ ଆକାଂକ୍ଷା କରିବେ ବୋଲି ଆଶା କରୁଛି।” ଏହାର ପ୍ରତିକ୍ରିୟାରେ କେଜ୍ରିୱାଲ କହିଛନ୍ତି, ଧନ୍ୟବାଦ ସାର। ମୁଁ କେନ୍ଦ୍ର ସହ ମିଶି ଆମ ରାଜଧାନୀକୁ ପ୍ରକୃତରେ ଏକ ବିଶ୍ୱ ସ୍ତରର ସହରରେ ପରିଣତ କରିବାକୁ କାମ କରିବି। ଅନ୍ୟ ସମସ୍ତଙ୍କୁ କେଜ୍ରିୱାଲ କେବଳ ଧନ୍ୟବାଦ ବୋଲି ଲେଖିଛନ୍ତି। ଏଡା ପୂର୍ବରୁ ସେ ଦଳୀୟ କାର୍ଯ୍ୟାଳୟରୁ ‘ଆଇ ଲଭ୍‌ ୟୁ ଦିଲ୍ଲୀ’ ନାରା ଦେବା ସହ ନୂଆ ରାଜନୀତିର ସକାଳ ଆରମ୍ଭ ହୋଇଥିବା କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଆଜି ମଙ୍ଗଳବାର ହନୁମାନଙ୍କ ବାର। ସୂଚନାଯୋଗ୍ୟଯେ, ସେ ନିର୍ବାଚନ ପୂର୍ବରୁ ହନୁମାନ ମନ୍ଦିର ଯିବା ନେଇ ବିଜେପି କଟୁ ମନ୍ତବ୍ୟ ରଖିଥିଲା।

ଆଜି ଆପ୍‌ର ବିଜୟ ନେଇ ଟ୍ରେଣ୍ଡର ସଙ୍କେତ ପରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ବିଜୟ ଉତ୍ସବ ଦେଖିବାକୁ ମିଳିଥିଲା। ଦଳର କାର୍ଯ୍ୟକର୍ତ୍ତାମାନେ ଆପ୍‌ର ପ୍ରଚାର ସଙ୍ଗୀତ ‘ଲଗେ ରହୋ କେଜ୍ରିୱାଲ’ ଏବଂ ଡ୍ରମ୍‌ରେ ତାଳେ ତାଳେ ନାଚିଥିଲେ। ଶହ ଶହ କର୍ମୀ ଏକାଠି ହୋଇ ପରସ୍ପରକୁ ଶୁଭଚ୍ଛେ ଜଣାଉଥିବା ଦେଖିବାକୁ ମିଳିଥିଲା।

ଆରମ୍ଭରୁ ବିଜେପି ୨୫ଟି ଆସନରେ ଆଗୁଆ ରହିଥିଲା। କିନ୍ତୁ ଶେଷରେ ୮ଟିରେ ସୀମିତ ରହିବାକୁ ପଡ଼ିଛି। ଏଥିରୁ ୬ଟି ଆସନ ଉତ୍ତର-ପୂର୍ବ ଏବଂ ପୂର୍ବ ଦିଲ୍ଲୀ ଲୋକସଭାରେ ଆସୁଛି। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପ୍ରତିନିଧିତ୍ୱ କରୁଥିବ ପୂର୍ବ ଦିଲ୍ଲୀ ଅଧୀନରେ ଆସୁଥିବା ଗାନ୍ଧି ନଗର, ଲକ୍ଷ୍ମୀ ନଗର ଏବଂ ବିଶ୍ୱାସ ନଗରରେ ବିଜେପି ଜିତିଛି। ସେହିଭଳି ରୋହତଶ ନଗର, ଘୋଣ୍ଡା ଏବଂ କରୱାଲ ନଗର ଆଦି ଉତ୍ତର-ପୂର୍ବ ଦିଲ୍ଲୀ ଅଧୀନରେ ଆସୁଛି, ଯାହାର ସାଂସଦ ନିଜେ ବିଜେପି ମୁଖ୍ୟ ମନୋଜ ତିୱାରୀ। ଅନ୍ୟ ଦୁଇ ଆସନ ଉତ୍ତର ପଶ୍ଚିମ ଦିଲ୍ଲୀର ବଦରପୁର ଏବଂ ରୋହିନୀ।

ଆପ୍‌ ଛାଡ଼ି ଅନ୍ୟ ଦଳକୁ ଯାଇଥିବା ନେତାଙ୍କୁ ପରାଜୟ ବରଣ କରିଥିବା ଦେଖିବାକୁ ମିଳିଛି। କଂଗ୍ରେସ ଯାଇ ଚାନ୍ଦିନୀଚୌକରୁ ଲଢ଼ୁଥିବା ଅଳକା ଲାମ୍ବା ଏବଂ ମଡେଲ ଟାଉନ୍‌ରୁ ଲଢ଼ୁଥିବା ବିଜେପିର କପିଲ ମିଶ୍ରା ହାରି ଯାଇଛନ୍ତି। ସେହିଭଳି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ତେଜିନ୍ଦର ସିଂହ ବାଗା ମଧ୍ୟ ହରିନଗରରୁ ହାରିଛନ୍ତି। କଂଗ୍ରେସର ଅରବିନ୍ଦ ସିଂହ ଲଭଲୀ ଗାନ୍ଧି ନଗରରୁ ପରାଜୟ ବରଣ କରିଛନ୍ତି। ଶାହୀନ୍‌ ବାଗ୍ ଏବଂ ଜାମିଆ ବିଶ୍ୱବିଦ୍ୟାଳୟ ଗତ କିଛି ଦିନହେଲା ଚର୍ଚ୍ଚାରେ ରହିଥିବାବେଳେ ଏହି ଅଞ୍ଚଳରୁ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ ପୁଣି ବିଜୟ ହୋଇଛନ୍ତି। ଏଥର ସେ ୭୧ ହଜାର ରେକର୍ଡ ଭୋଟ୍‌ରେ ଜିତିଛନ୍ତି। ଅନ୍ୟପକ୍ଷରେ ଆରମ୍ଭରୁ ପଛରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story