ପ୍ରଦୂଷଣ ରୋକିବ କେଜ୍ରିୱାଲଙ୍କ ଆଣ୍ଟି ସ୍ମଗ ଗନ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଭୟଙ୍କର ଭାବେ ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ଆପଣାଇଲେ ମଧ୍ୟ ଏହା କମିବାରେ ନା ନେଉ ନାହିଁ। ଏହାକୁ ଆଖି ଆଗରେ ରଖି କେଜ୍ରିୱାଲ ସରକାର ଏକ ଡିଭାଇସ୍ ଆଣିଛନ୍ତି। ଯାହାର ନାମ ହେଉଛି ‘ଆଣ୍ଟି ସ୍ମଗ ଗନ୍’। ଦିଲ୍ଲୀର ଅନ୍ୟତମ ପ୍ରଦୂଷିତ ଅଞ୍ଚଳ ଆନନ୍ଦ ବିହାରରେ ଆଜି ଏହାର ପରୀକ୍ଷା କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ପରିବେଶ […]

anti-smog-gas

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 09:43 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଭୟଙ୍କର ଭାବେ ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ଆପଣାଇଲେ ମଧ୍ୟ ଏହା କମିବାରେ ନା ନେଉ ନାହିଁ। ଏହାକୁ ଆଖି ଆଗରେ ରଖି କେଜ୍ରିୱାଲ ସରକାର ଏକ ଡିଭାଇସ୍ ଆଣିଛନ୍ତି। ଯାହାର ନାମ ହେଉଛି ‘ଆଣ୍ଟି ସ୍ମଗ ଗନ୍’। ଦିଲ୍ଲୀର ଅନ୍ୟତମ ପ୍ରଦୂଷିତ ଅଞ୍ଚଳ ଆନନ୍ଦ ବିହାରରେ ଆଜି ଏହାର ପରୀକ୍ଷା କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ପରିବେଶ ମନ୍ତ୍ରୀ ଇମ୍ରାନ ହୁସେନଙ୍କ ଉପସ୍ଥିତିରେ ଏହାର ପରୀକ୍ଷା କରାଯାଇଥିଲା। ଦିଲ୍ଲୀ ସଚିବାଳୟରେ ସୋମବାର ପରୀକ୍ଷା ନିରୀକ୍ଷା ପରେ ଏହାକୁ ଅଣାଯାଇଥିଲା।

ଏହି ଆଣ୍ଟି ସ୍ମଗ ଗନ୍‌ର ବିଶେଷତ୍ତ୍ୱ ହେଲା ଏହା ପ୍ରଦୂଷଣ ରୋକିବାରେ ସହାୟ ହେବ। ଏଥିରେ ଲାଗିଥିବା ୱାଟର ଟ୍ୟାଙ୍କରେ ବାୟୁମଣ୍ଡଳକୁ ପାଣି ସ୍ପ୍ରେ କରାଯାଇପାରିବ। ୫୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ପାଣି ସ୍ପ୍ରେ କରାଯିବାର କ୍ଷମତା ରହିଛି ଏଥିରେ। ଦିଲ୍ଲୀର ଯେକୌଣସି ସ୍ଥାନକୁ ନେବା ଆଣିବା ପାଇଁ ଏହାକୁ ଏକ ଯାନ ଉପରେ ରଖାଯାଇଛି। ଏହି ଆଣ୍ଟି ସ୍ମଗ୍ ଗନ୍‌ର ଦାମ୍ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ।

Related story