ହୋଟେଲ ଓ ରେଷ୍ଟୁରାଣ୍ଟରେ ମଦ ପରଷିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦୀର୍ଘ ୫ ମାସର ବ୍ୟବଧାନ ପରେ ଶେଷରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ମଦ ପରିଷିବାକୁ ଅନୁମତି ମିଳିଛି। ଆଜି ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ମଦ ସେବା ଉପରେ ରୋକ ଲଗାଇଥିଲେ। ଆଜି କେବଳ ବୈଧ ଲାଇସେନ୍ସ ରଖିଥିବା ସଂସ୍ଥାଗୁଡ଼ିକୁ ହିଁ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଦ ପରଷିବାକୁ ଅନୁମତି ମିଳିଛି। ଜୁନ୍‌ ୧୨ରେ ଦିଲ୍ଲୀ ସରକାର ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ […]

hn

Hemant Lenka
  • Published: Thursday, 20 August 2020
  • , Updated: 20 August 2020, 05:38 PM IST

ନୂଆଦିଲ୍ଲୀ: ଦୀର୍ଘ ୫ ମାସର ବ୍ୟବଧାନ ପରେ ଶେଷରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ମଦ ପରିଷିବାକୁ ଅନୁମତି ମିଳିଛି। ଆଜି ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ମଦ ସେବା ଉପରେ ରୋକ ଲଗାଇଥିଲେ। ଆଜି କେବଳ ବୈଧ ଲାଇସେନ୍ସ ରଖିଥିବା ସଂସ୍ଥାଗୁଡ଼ିକୁ ହିଁ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଦ ପରଷିବାକୁ ଅନୁମତି ମିଳିଛି।

ଜୁନ୍‌ ୧୨ରେ ଦିଲ୍ଲୀ ସରକାର ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ କ୍ଲବ ଗୁଡ଼ିକୁ ସେମାନଙ୍କ ପାଖରେ ଥିବା ଷ୍ଟକ ବିୟରଗୁଡ଼ିକୁ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ଏଗୁଡ଼ିକର ଏକ୍ସପାରୀ ସରି ଯିବାର ଆଶଙ୍କା ଥିବାରୁ ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏପରି ନିଷ୍ପତ୍ତି ନେଇଥିଲେ।

ଦିଲ୍ଲୀରେ ବର୍ତ୍ତମାନ ୯୫୦ ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ କ୍ଲବ ରହିଛି। ଏଗୁଡ଼ିକ ମାର୍ଚ୍ଚ ୨୫ରୁ ହିଁ କରୋନା ଲକଡାଉନ ପାଇଁ ବନ୍ଦ ରହିଥିଲା।

Related story