ଆପ୍‌ର ୨୦ ବିଧାୟକ ଅଯୋଗ୍ୟ ପ୍ରସଙ୍ଗ: କ'ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଲାଭଜନକ ପଦବୀ ମାମଲାରେ ଫସିଥିବା ଆମ ଆଦ୍‌ମି ପାର୍ଟିର ୨୦ ଜଣ ବିଧାୟକଙ୍କୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଆପ୍‌ବିଧାୟକଙ୍କୁ ଆଯୋଗ୍ୟ ଘୋଷଣା ନେଇ ନିର୍ବାଚନ କମିଶନଙ୍କ ସୁପାରିଶକୁ ରଦ୍ଦ କରିଛନ୍ତି କୋର୍ଟ। ଏଥିସହିତ ହାଇକୋର୍ଟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏଥିରେ ଖୁସି ହୋଇ ଆପ୍‌ କହିଛି ସତ୍ୟର ଜୟ ହୋଇଛି। ହାଇ କୋର୍ଟ କହିଛନ୍ତି ଯେ, ନିର୍ବାଚନ କମିସନ୍‌ ଉଚିତ୍‌ ପ୍ରକ୍ରିୟାରେ କାର୍ଯ୍ୟ କରିନାହାଁନ୍ତି। ଆଉଥରେ […]

arvind-kejriwal-2

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 05:40 PM IST

ନୂଆଦିଲ୍ଲୀ: ଲାଭଜନକ ପଦବୀ ମାମଲାରେ ଫସିଥିବା ଆମ ଆଦ୍‌ମି ପାର୍ଟିର ୨୦ ଜଣ ବିଧାୟକଙ୍କୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଆପ୍‌ବିଧାୟକଙ୍କୁ ଆଯୋଗ୍ୟ ଘୋଷଣା ନେଇ ନିର୍ବାଚନ କମିଶନଙ୍କ ସୁପାରିଶକୁ ରଦ୍ଦ କରିଛନ୍ତି କୋର୍ଟ। ଏଥିସହିତ ହାଇକୋର୍ଟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏଥିରେ ଖୁସି ହୋଇ ଆପ୍‌ କହିଛି ସତ୍ୟର ଜୟ ହୋଇଛି।

ହାଇ କୋର୍ଟ କହିଛନ୍ତି ଯେ, ନିର୍ବାଚନ କମିସନ୍‌ ଉଚିତ୍‌ ପ୍ରକ୍ରିୟାରେ କାର୍ଯ୍ୟ କରିନାହାଁନ୍ତି। ଆଉଥରେ ଆପ୍‌ର ୨୦ ଜଣ ବିଧାୟକଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବା ଦରକାର। ବିଧାୟକଙ୍କ କଥା ଶୁଣିବା ଦରକାର। ତା,ପରେ ଯାଇ ରାଷ୍ଟ୍ରପତିଙ୍କ ପାଖକୁ ସୁପାରିଶ୍ ପଠାଇବା ଆବଶ୍ୟକ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ଆପ୍‌ ମୁଖିଆ ଅରବିନ୍ଦ କେଜରିୱାଲ୍ ଟ୍ୱିଟରରେ ନିଜର ଖୁସି ବ୍ୟସ୍ତ କରିଛନ୍ତି।  ସତ୍ୟର ବିଜୟ ହୋଇଛି ବୋଲି ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି। ସେହିପରି ଷଡ଼ଯନ୍ତ୍ରକାରୀଙ୍କୁ ଠିକଣା ଜବାବ୍‌ ମିଳିଛି ବୋଲି  କହିଛନ୍ତି ଆପ୍‌ ବିଧାୟିକା ଅଲକା ଲାମ୍ବା। ଗତ ଜାନୁଆରୀ ମାସରେ ଆପ୍‌ର ୨୦ ଜଣ ବିଧାୟକ ଲାଭଜନକ ପଦବୀରେ ଥିବା ଅଭିଯୋଗ ହୋଇଥିଲା। ଏହାପରେ ନିର୍ବାଚନ କମିସନ ଯାଞ୍ଚପରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏଥିରେ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ଲାଗିଥିଲା। କିନ୍ତୁ ମାମଲାର ଫଇସଲା ନ ଆସିବା ଯ।ଏ ନର୍ବାଚନ ନ କରିବାକୁ ନିର୍ବାଚନ କମିସନଙ୍କୁ କହିଥିଲେ ଦିଲ୍ଲୀ ହାଇକୋର୍ଟ।

 

Related story