ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଜ୍ୱର ହୋଇଛି। ତା’ସହିତ ଶ୍ୱାସକ୍ରିୟାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଛନ୍ତି। ଏ ଦୁଇଟି ଯାକ କରୋନାର ଲକ୍ଷଣ ମଧ୍ୟ ହୋଇଥିବାରୁ ତାଙ୍କର ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ତାଙ୍କୁ ହସ୍ପିଟାଲ୍ରେ ଅକ୍ସିଜେନ୍ ସର୍ପୋଟରେ ରଖାଯାଇଛି।
ସତ୍ୟେନ୍ଦ୍ର ନିଜେ ଟ୍ୱିଟ୍ କରି ତାଙ୍କ ଅସୁସ୍ଥତା ସଂପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ପ୍ରବଳ ଜ୍ୱର ହୋଇଛି ଓ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି। ତେଣୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Due to high grade fever and a sudden drop of my oxygen levels last night I have been admitted to RGSSH. Will keep everyone updated
— Satyendar Jain (@SatyendarJain) June 16, 2020
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।
अपनी सेहत का ख़्याल किए बिना आप रात दिन 24 घंटे जनता की सेवा में लगे रहे। अपना ख़्याल रखें और जल्द स्वस्थ हों। https://t.co/pmsU5fuuRP
— Arvind Kejriwal (@ArvindKejriwal) June 16, 2020
ସୂଚନାଯୋଗ୍ୟ, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ବି କରୋନା ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା।