ପତ୍ନୀଙ୍କୁ ହତ୍ୟା କରି ତନ୍ଦୁରରେ ପୋଡ଼ିଥିଲେ, ଏବେ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲର: ବହୁଚର୍ଚ୍ଚିତ ୧୯୯୫ ମସିହାର ତନ୍ଦୁର ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଦିଲ୍ଲୀର ପୂର୍ବତନ କଂଗ୍ରେସ ବିଧାୟକ ସୁଶୀଲ ଶର୍ମାଙ୍କୁ ତୁରନ୍ତ ମୁକ୍ତି ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ୧୯୯୫ରୁ ଦୋଷୀ ସାବ୍ୟସ୍ତ ହୋଇ ବନ୍ଦୀ ଜୀବନ ବିତାଉଛନ୍ତି। ସୁଶୀଲ ଶର୍ମା ତାଙ୍କ ପତ୍ନୀ ନୈନା ସାହନୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ତନ୍ଦୁରୀ ଚୁଲାରେ ପୋଡ଼ି ଦେଇଥିଲେ। ତେଣୁ ଏହି ଘଟଣା ତନ୍ଦୁର ହତ୍ୟାକାଣ୍ଡ ନାଁରେ ପରିଚିତ […]

t

t

Hemant Lenka
  • Published: Friday, 21 December 2018
  • Updated: 21 December 2018, 05:25 PM IST

Sports

Latest News

ନୂଆଦିଲ୍ଲର: ବହୁଚର୍ଚ୍ଚିତ ୧୯୯୫ ମସିହାର ତନ୍ଦୁର ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଦିଲ୍ଲୀର ପୂର୍ବତନ କଂଗ୍ରେସ ବିଧାୟକ ସୁଶୀଲ ଶର୍ମାଙ୍କୁ ତୁରନ୍ତ ମୁକ୍ତି ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ୧୯୯୫ରୁ ଦୋଷୀ ସାବ୍ୟସ୍ତ ହୋଇ ବନ୍ଦୀ ଜୀବନ ବିତାଉଛନ୍ତି। ସୁଶୀଲ ଶର୍ମା ତାଙ୍କ ପତ୍ନୀ ନୈନା ସାହନୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ତନ୍ଦୁରୀ ଚୁଲାରେ ପୋଡ଼ି ଦେଇଥିଲେ। ତେଣୁ ଏହି ଘଟଣା ତନ୍ଦୁର ହତ୍ୟାକାଣ୍ଡ ନାଁରେ ପରିଚିତ ହୋଇଥିଲା।

ପତ୍ନୀ ନୈନା ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ କରି ସୁଶୀଲ ତାଙ୍କୁ ୧୯୯୫ରେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ସେ ଏହାକୁ ଯମୁନାରେ ଫୋପାଡ଼ି ଦେବାକୁ ପ୍ରଥମେ ଯୋଜନା କରିଥିଲେ। ହେଲେ ରାସ୍ତା ଉପରେ ଗାଡ଼ିମୋଟର ଭିଡ଼ ଥିବାରୁ ସେ ନିଜ ଯୋଜନା ବଦଳାଇ ପତ୍ନୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦିଲ୍ଲୀରେ ଥିବା ତାଙ୍କ ନିଜ ମାଲିକାନାରେ ଚାଲୁଥିବା ରେଷ୍ଟୁରାଣ୍ଟର ତନ୍ଦୁର ଚୁଲାରେ ଜାଳି ଦେଇଥିଲେ।

୨୦୦୩ରେ ଦିଲ୍ଲୀର ଏକ କୋର୍ଟ ଏଭଳି ଅତ୍ୟନ୍ତ ଜଘନ୍ୟ ହତ୍ୟାକାଣ୍ଡ ନିମନ୍ତେ ସୁଶୀଲଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୦୭ରେ ଦିଲ୍ଲୀ ହାଇକୋର୍ଟ ଏହାକୁ କାଏମ ରଖିଥିଲେ। କିନ୍ତୁ ୨୦୧୩ରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ କୋହଳ କରି ଦେଇଥିଲେ। ପ୍ରାୟ ୨୩ ବର୍ଷ କାଳ ଜେଲ୍‌ରେ ରହିଥିବାରୁ ସୁଶୀଲ ଚଳିତ ବର୍ଷ ମୁକ୍ତି ପାଇଁ ଆବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ସରକାର ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story