ଲାଇନ୍‌ ଚ୍ୟୁତ ହେଲା ଆଉ ଏକ ଟ୍ରେନ୍‌, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା

ନୂଆଦିଲ୍ଲୀ: ଆଉ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଅଳ୍ପକେ ଟଳିଗଲା। ଆଜି ସକାଳେ ନୂଆ ଦିଲ୍ଲୀ ଷ୍ଟେସନରେ ଜମ୍ମୁ ରାଜଧାନୀ ଏକ୍ସପ୍ରେସ୍‌ ରେଳ ଧାରଣାରୁ ଖସି ଯାଇଥିଲା। ଏହାର ଗାର୍ଡ କଂପାର୍ଟମେଣ୍ଟ ପଟ୍ରୀରୁ ଖସି ଯାଇଥିଲା। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ଟ୍ରେନ୍‌ଟି ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ପ୍ରବେଶ କରୁଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ କେ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 08:31 AM IST

ନୂଆଦିଲ୍ଲୀ: ଆଉ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଅଳ୍ପକେ ଟଳିଗଲା। ଆଜି ସକାଳେ ନୂଆ ଦିଲ୍ଲୀ ଷ୍ଟେସନରେ ଜମ୍ମୁ ରାଜଧାନୀ ଏକ୍ସପ୍ରେସ୍‌ ରେଳ ଧାରଣାରୁ ଖସି ଯାଇଥିଲା। ଏହାର ଗାର୍ଡ କଂପାର୍ଟମେଣ୍ଟ ପଟ୍ରୀରୁ ଖସି ଯାଇଥିଲା। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ।

ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ଟ୍ରେନ୍‌ଟି ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ପ୍ରବେଶ କରୁଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ କେ ଶିଂଜୋ ଆବେଙ୍କ ସହ ମିଶି ଅହମଦାବାଦରେ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଗତ ସପ୍ତାହରେ ଏକ ଟ୍ରେନ୍‌ ଲାଇନ୍‌ ଚ୍ୟୁତ ହୋଇଥିଲା। ଦିଲ୍ଲୀର ଶିବାଜୀ ବ୍ରିଜ୍ ନିକଟରେ ରାଞ୍ଚି ରାଜଧାନୀ ଏକ୍ସପ୍ରେସ ପଟ୍ରୀରୁ ବାହାରି ଯାଇଥିଲା। ଟ୍ରେନ୍‌ଟିର ଇଞ୍ଜନ୍ ଓ ପାୱର କାର୍ ମଧ୍ୟ ରେଳ ଧାରଣାରୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ମଧ୍ୟ କେହି ଆହତ ହୋଇନାହାନ୍ତି।

Related story