ବିବାହ ପାଇଁ ପ୍ରେମିକାର ବାପା ରାଜି ନହେବାରୁ ପ୍ରେମିକ କଲା ହତ୍ୟା

ନୂଆଦିଲ୍ଲୀ: ବିବାହ ପାଇଁ ପ୍ରେମିକାର ବାପା ରାଜି ନହେବାରୁ ୨୫ ବର୍ଷୀୟ ଯୁବକ ଉନ୍ମୁକ୍ତ କାଣ୍ଡ ଭିଆଇଛି। ପ୍ରେମିକାର ବାପା ବିଜେନ୍ଦ୍ର ସିଂ(୫୦)ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା ଉଭୟ ପରସ୍ପରକୁ ଭଲ ପାଆନ୍ତି ବୋଲି ଅଭିଯୁକ୍ତ ସୁରଜ କୁମାର କହିଥିଲା। ହେଲେ ପ୍ରେମିକାର ବାପା ରାଜି ହୋଇନଥିଲେ। ତେଣୁ ଉତକ୍ଷିପ୍ତ ହୋଇ ସେ ପ୍ରେମିକାର ବାପାକୁ ହତ୍ୟା କରିଛି। ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି। ପୁଲିସ ଏବେ ଅଭିଯୁକ୍ତ ସୁରଜ କୁମାରକୁ ଗିରଫ କରିଛି। […]

MURDER

Subhransu Sekhar
  • Published: Tuesday, 08 December 2020
  • , Updated: 08 December 2020, 01:17 PM IST

ନୂଆଦିଲ୍ଲୀ: ବିବାହ ପାଇଁ ପ୍ରେମିକାର ବାପା ରାଜି ନହେବାରୁ ୨୫ ବର୍ଷୀୟ ଯୁବକ ଉନ୍ମୁକ୍ତ କାଣ୍ଡ ଭିଆଇଛି। ପ୍ରେମିକାର ବାପା ବିଜେନ୍ଦ୍ର ସିଂ(୫୦)ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା ଉଭୟ ପରସ୍ପରକୁ ଭଲ ପାଆନ୍ତି ବୋଲି ଅଭିଯୁକ୍ତ ସୁରଜ କୁମାର କହିଥିଲା। ହେଲେ ପ୍ରେମିକାର ବାପା ରାଜି ହୋଇନଥିଲେ। ତେଣୁ ଉତକ୍ଷିପ୍ତ ହୋଇ ସେ ପ୍ରେମିକାର ବାପାକୁ ହତ୍ୟା କରିଛି। ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି।

ପୁଲିସ ଏବେ ଅଭିଯୁକ୍ତ ସୁରଜ କୁମାରକୁ ଗିରଫ କରିଛି। ସୋନିଆ ବିହାରରେ ସୁରଜର ଘର। ପାଲାମା ମେଟ୍ରୋ ଷ୍ଟେସନରେ ସେ ହାଉସକିପିଂ କାମ କରେ। ହତ୍ୟା କରି ଖସିଯାଉଥିବା ବେଳେ ଏକ ଅଡିଟୋରିମ ପାଖରୁ ପୁଲିସ ଗିରଫ କରିଛି।

ଶନିବାର ଦିନ ସୋନିଆ ବିହାରରେ ୫୦ ବର୍ଷୀୟ ବିଜେନ୍ଦ୍ର ସିଂଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୁଣ୍ଡରେ ଅନେକ ଆଘାତ ଲାଗିବାରୁ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ବିଜେନ୍ଦ୍ରଙ୍କ ଘରକୁ କେହି ଯିବା ଆସିବା କରୁନଥିବାରୁ ପଡ଼ୋଶୀ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ବିଜେନ୍ଦ୍ରଙ୍କ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ ବୋଲି ଜଣାପଡ଼ିଛି।

ପୁଲିସ ସୁରଜକୁ ପଚାରିବା ପରେ ଅନେକ ଗୁମର ଫିଟିଛି। ଅଭିଯୁକ୍ତ କହିଛି ଯେ ତାର ୨୪ ବର୍ଷୀୟ ପ୍ରେମିକାର ଘର ଉତ୍ତର ପ୍ରଦେଶର ମୋରଦାବାଦ ଜିଲ୍ଲା। ବିଜେନ୍ଦ୍ର କିନ୍ତୁ ତାଙ୍କୁ ପୋଷ୍ୟ ଝିଅ କରିଥିଲେ। ଉଭୟଙ୍କ ପ୍ରେମକୁ ବିଜେନ୍ଦ୍ର ବିରୋଧ କରୁଥିଲେ।

ସୁରଜଙ୍କ ପରିବାର ଲୋକ କିନ୍ତୁ ଝିଅର ମୂଳ ବାପା ମାଙ୍କ ପାଖକୁ ବିବାହ ନେଇ ପ୍ରସ୍ତାବ ଦେଇଥିଲେ। ହେଲେ ବିଜେନ୍ଦ୍ର ତାଙ୍କୁ ରାଜି ନହେବାକୁ କହୁଥିଲେ। ଏହାପରେ ସୁରଜ ରାଗି ଯାଇଥିଲା। ନଭେମ୍ୱର ୨୮ ତାରିଖ ପାଖରୁ ସେ ବିଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ପରେ ଡିସେମ୍ୱର ୫ ତାରିଖ ଦିନ ନିଜ ଉଦ୍ଦେଶ୍ୟକୁ ପୂରଣ କରିବାରେ ସଫଳ ହୋଇଥିଲା ସୁରଜ।

ବିଜେନ୍ଦ୍ର ଘରେ ଥିବା ବେଳେ ସୁରଜ ରୋଷେଇ ଘରକୁ ପଶିଥିଲା ସେଠାରୁ ଛୁରୀ ଆଣି ବିଜେନ୍ଦ୍ରକୁ ପଛରୁ ଛୁରୀ ଭୁଶିଥିଲା। ପରେ ପ୍ରେସର କୁକୁରକୁ ଆଣି ବିଜେନ୍ଦ୍ରଙ୍କ ମୁଣ୍ଡ ଉପରେ ବାଡ଼େଇଥିଲା। ତେବେ ବିଜେନ୍ଦ୍ର ଟଳି ପଡ଼ିବା ପରେ ସୁରଜ ପଳାଇ ଆସିଥିଲା ବୋଲି ପୁଲିସ କହିଛି।

Related story