ଦିଲ୍ଲୀ ସରକାରଙ୍କ ମିଛ ଧରାଇଲା ଏମସିଡି, କରୋନାରେ ମରିଛନ୍ତି ୨ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: ପୁଣିଥରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ହେରଫେରକୁ ନେଇ କାଠ ଗଡ଼ାରେ ଛିଡ଼ା ହୋଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ଲୁଚାଇଥିବା ଦିଲ୍ଲୀ ମହାନଗର ନିଗମ(ଏମସିଡି) ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି। ଏମସିଡି କହିଛି ଯେ ତା’ ଅଧୀନରେ ଥିବା ବିଭିନ୍ନ ଶ୍ମଶାନ ୟୁନିଟ୍‌ରେ ୨୦୯୮ ଜଣଙ୍କ ସତ୍କାର କରାଯାଇଛି। ଏମସିଡି ୨୦୯୮ ଜଣ କରୋନାରେ ପ୍ରାଣ ହରାଇଥିବା କଥା କହିଥିଲେ ହେଁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଓଲଟା ତଥ୍ୟ ଦେଇଛି। […]

fa

fa

Hemant Lenka
  • Published: Thursday, 11 June 2020
  • , Updated: 11 June 2020, 05:10 PM IST

ନୂଆଦିଲ୍ଲୀ: ପୁଣିଥରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ହେରଫେରକୁ ନେଇ କାଠ ଗଡ଼ାରେ ଛିଡ଼ା ହୋଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ଲୁଚାଇଥିବା ଦିଲ୍ଲୀ ମହାନଗର ନିଗମ(ଏମସିଡି) ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି।

ଏମସିଡି କହିଛି ଯେ ତା’ ଅଧୀନରେ ଥିବା ବିଭିନ୍ନ ଶ୍ମଶାନ ୟୁନିଟ୍‌ରେ ୨୦୯୮ ଜଣଙ୍କ ସତ୍କାର କରାଯାଇଛି। ଏମସିଡି ୨୦୯୮ ଜଣ କରୋନାରେ ପ୍ରାଣ ହରାଇଥିବା କଥା କହିଥିଲେ ହେଁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଓଲଟା ତଥ୍ୟ ଦେଇଛି।

ଜୁନ୍‌ ୧୦ରେ ଦିଲ୍ଲୀ ସରକାର ଜାରି କରିଥିବା ବୁଲେଟିନ୍‌ରେ କହିଛନ୍ତି ଯେ ରାଜ୍ୟରେ ଏଯାଏ ୯୮୪ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏବେ ବିଜେପି ଦଖଲରେ ଥିବା ଏମସିଡି ଦେଇଥିବା ତଥ୍ୟ ପୂରା ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଏମସିଡିର ୩ଟି ଡିଭିଜନ ଏସଡିଏମସି(ଦକ୍ଷିଣ), ଏନଡିଏମସି(ଉତ୍ତର) ଓ ଇଡିଏମସି(ପୂର୍ବ)ରେ ଯଥାକ୍ରମେ ୧୦୮୦, ୯୭୬ ଓ ୪୨ ଜଣଙ୍କ ଶବ ସତ୍କାର କରାଯାଇଛି। ଉତ୍ତର ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନର ଅଧ୍ୟକ୍ଷ ଜୟ ପ୍ରକାଶ ଏ ସଂକ୍ରାନ୍ତରେ ବିବୃତି ମଧ୍ୟ ଜାରି କରିଛନ୍ତି।

Related story