ବିଷ ମଞ୍ଜି ବୁଣିଲେ ଦିଲ୍ଲୀ ସଂଖ୍ୟାଲଘୁର ଅଧ୍ୟକ୍ଷ, କଟ୍ଟରପନ୍ଥୀଙ୍କୁ ଖୋଲା ଚେତାବନୀ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ମୁକାବିଲା କରୁଛି। ଏହି ସମୟରେ ଦିଲ୍ଲୀ ସଂଖ୍ୟାଲଘୁର ଅଧ୍ୟକ୍ଷ ଜାଫରୁଲ ଇସଲାମ୍ ଖାନ୍ ବିବାଦୀୟ ପୋଷ୍ଟ କରି ବିଷ ମଞ୍ଜି ବୁଣିବା ଆରମ୍ଭ କରିଛନ୍ତି। ଜାଫରୁଲ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି, ଯେଉଁ ଦିନ ଭାରତର ମୁସଲମାନ ମାନେ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ ଆରବ ଏବଂ ମୁସଲିମ ଦେଶ ଆଗରେ ଅଭିଯୋଗ କରିବେ ସେଦିନ ଝଡ଼ ଆସିବ। ଜାଫରୁଲ ଏଭଳି ମତ ରଖି […]

zafarul_islam_khan

Subhransu Sekhar
  • Published: Wednesday, 29 April 2020
  • , Updated: 29 April 2020, 03:10 PM IST

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ମୁକାବିଲା କରୁଛି। ଏହି ସମୟରେ ଦିଲ୍ଲୀ ସଂଖ୍ୟାଲଘୁର ଅଧ୍ୟକ୍ଷ ଜାଫରୁଲ ଇସଲାମ୍ ଖାନ୍ ବିବାଦୀୟ ପୋଷ୍ଟ କରି ବିଷ ମଞ୍ଜି ବୁଣିବା ଆରମ୍ଭ କରିଛନ୍ତି। ଜାଫରୁଲ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି, ଯେଉଁ ଦିନ ଭାରତର ମୁସଲମାନ ମାନେ ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ ଆରବ ଏବଂ ମୁସଲିମ ଦେଶ ଆଗରେ ଅଭିଯୋଗ କରିବେ ସେଦିନ ଝଡ଼ ଆସିବ। ଜାଫରୁଲ ଏଭଳି ମତ ରଖି ଦେଶରେ ଧାର୍ମିକ ଘୃଣାଭାବ ବଢ଼ାଇବାକୁ ଚେଷ୍ଟା କରିଛନ୍ତି।

https://www.facebook.com/khan.zafarul/photos/a.1571177209819855/2642207152716850/?type=3

ଜଫରୁଲ ଏଭଳି ସାମ୍ପ୍ରଦାୟିକ ବାର୍ତ୍ତା ଦେବା ଅବସରରେ କୁଏତକୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି, 'ଭାରତୀୟ ମୁସଲମାନମାନଙ୍କ ସହ ଛିଡା ହୋଇଥିବାରୁ କୁଏତକୁ ଧନ୍ୟବାଦ! କଟ୍ଟର ହିନ୍ଦୁମାନେ ଭାବିଥିଲେ ଯେ ଆରବ ଏବଂ ମୁସଲିମ ଦେଶମାନେ ସେମାନଙ୍କର ଅର୍ଥନୀତିକ ସମ୍ପର୍କ ପାଇଁ ଭାରତର ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତି ଧ୍ୟାନ ଦେବେ ନାହିଁ’।

ସେ ଆହୁରି ଲେଖିଛନ୍ତି, ' କଟ୍ଟର ହିନ୍ଦୁମାନେ ଭୁଲି ଯାଇଛନ୍ତି ଯେ, ଆରବ ଏବଂ ଇସଲାମିକ ଦେଶରେ ଭାରତୀୟ ମୁସଲମାନଙ୍କର ଲୋକପ୍ରିୟତା ରହିଛି। ଭାରତୀୟ ମୁସଲମାନମାନେ ଇସଲାମର ବିଦ୍ୱାନମାନଙ୍କ ମଧ୍ୟରେ ରହିଛନ୍ତି। ଆରବ ଏବଂ ମୁସଲିମ ଦେଶରେ ପ୍ରତ୍ୟେକ ଘରେ ଶାହ ୱାଲିୟୁଲା ଦେହଲଭି, ଇକବାଲ, ଅବୁଲ ହାସନ ନାଡଭି, ୱାହିଦୁଦ୍ଦିନ ଖାନ୍, ଜାକିର ନାୟକଙ୍କୁ ସମ୍ମାନ ମିଳେ। କଟ୍ଟର ହିନ୍ଦୁମାନେ ଜାଣି ରଖିବା ଉଚିତ୍ ଯେ, ଭାରତୀୟ ମୁସଲମାନ ମାନେ ଏଯାବତ ମୁସଲିମ ଦେଶ ପାଖରେ ତାଙ୍କ ବିରୋଧରେ ହେଉଥିବା ଘୃଣା ଭାବ, ଲିଞ୍ଚିଙ୍ଗ ଏବଂ ଦଙ୍ଗା ବାବଦରେ ଅଭିଯୋଗ କରିନାହାନ୍ତି। ଯେଉଁଦିନ ଅଭିଯୋଗ କରିବେ ସେଦିନ କଟ୍ଟରପନ୍ଥୀ ଝଡ଼ର ସାମ୍ନା କରିବେ’।

Related story