ନୋଏଡାରୁ ଗିରଫ ହେଲେ ନଅ ନକ୍ସଲ, ଦିଲ୍ଲୀ-ଏନସିଆରରେ ହାଇଆଲର୍ଟ

ନୋଏଡା: ୟୁପିର ନୋଏଡାରୁ ଆଜି ତିନିଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ଭାରି ମାତ୍ରାର ବିସ୍ଫୋଟକ ଏବଂ ଡେଟୋନେଟର ଜବତ କରାଯାଇଛି। ନକ୍ସଲ ଗିରଫ ସହ ଦିଲ୍ଲୀ ଏନସିଆରରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏମାନେ ଏନସିଆରରେ ଆକ୍ରମଣ ଯୋଜନା କରିଥଲେ। ପୂର୍ବ ସୂଚନା ମୁତାବକ ଶନିବାର ଦିନ ୟୁପିର ଏକ ଏଟିଏସ୍ କେନ୍ଦ୍ରରୁ ଛଅ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ୟୁପି ଏଟିଏସ୍‌ଙ୍କ କହିବା ମୁତାବକ ନୋଏଡାରୁ ପୂର୍ବରୁ ଛଅ ଜଣ ନକ୍ସଲ […]

naxal_650

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 04:02 PM IST

ନୋଏଡା: ୟୁପିର ନୋଏଡାରୁ ଆଜି ତିନିଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ଭାରି ମାତ୍ରାର ବିସ୍ଫୋଟକ ଏବଂ ଡେଟୋନେଟର ଜବତ କରାଯାଇଛି। ନକ୍ସଲ ଗିରଫ ସହ ଦିଲ୍ଲୀ ଏନସିଆରରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏମାନେ ଏନସିଆରରେ ଆକ୍ରମଣ ଯୋଜନା କରିଥଲେ। ପୂର୍ବ ସୂଚନା ମୁତାବକ ଶନିବାର ଦିନ ୟୁପିର ଏକ ଏଟିଏସ୍ କେନ୍ଦ୍ରରୁ ଛଅ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା।

ୟୁପି ଏଟିଏସ୍‌ଙ୍କ କହିବା ମୁତାବକ ନୋଏଡାରୁ ପୂର୍ବରୁ ଛଅ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ଆହୁରୀ ତିନି ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ହାତହତିଆର, ବିସ୍ଫୋଟକ, ଡେଟୋନେଟର, ଛଅଟି ବନ୍ଧୁକ, ତିନୋଟି କାର, ୧୩ଟି ମୋବାଇଲ, ଦୁଇଟି ଲାପଟପ୍ ଜବତ କରାଯାଇଛି। ଏମାନଙ୍କ ନିକଟରୁ ବୋମା ପ୍ରସ୍ତୁତି ସାମଗ୍ରୀ ଥିବାର ସୂଚନା ମିଳିଛି।

Related story