ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିଲା ଅଫତାବ, ସାଙ୍ଗ କଲେ ଖୁଲାସା

ନୂଅଦିଲ୍ଲୀ: ଶ୍ରଦ୍ଧା ୱାଲକର  ହତ୍ୟା ଘଟଣାରେ ସବୁବେଳେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି।  ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପୂର୍ବରୁ ବି ତାଙ୍କୁ ଖୁବ୍‌ ନିର୍ଯାତନା ଦେଉଥିଲା ତାଙ୍କ ଲିଭ-ଇନ୍‌-ପାର୍ଟନର ଅଫତାବ ପୁନାୱାଲା। ଶ୍ରଦ୍ଧାଙ୍କ ସାଙ୍ଗମାନେ ଏପରି ଲୋମଟାଙ୍କୁରା ଘଟଣାର ଖୁଲାସା କରିଛନ୍ତି। ଶ୍ରଦ୍ଧାଙ୍କ ବନ୍ଧୁ ରଜତ ଶୁକ୍ଳା କହିଛନ୍ତି ଯେ,  ଅଫତାବ ସବୁବେଳେ ତାଙ୍କୁ ହଇରାଣ କରିବା ସହ ନିର୍ଯାତନା ଦେଉଥିଲା। ଏପରିକି ତାଙ୍କ ଦେହରେ ସିଗାରେଟ ଚେଙ୍କ ବି ଦେଉଥିଲା। ଗତବର୍ଷ ଶ୍ରଦ୍ଧା […]

pic

  • Published: Friday, 25 November 2022
  • , Updated: 25 November 2022, 09:45 AM IST

ନୂଅଦିଲ୍ଲୀ: ଶ୍ରଦ୍ଧା ୱାଲକର  ହତ୍ୟା ଘଟଣାରେ ସବୁବେଳେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି।  ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପୂର୍ବରୁ ବି ତାଙ୍କୁ ଖୁବ୍‌ ନିର୍ଯାତନା ଦେଉଥିଲା ତାଙ୍କ ଲିଭ-ଇନ୍‌-ପାର୍ଟନର ଅଫତାବ ପୁନାୱାଲା। ଶ୍ରଦ୍ଧାଙ୍କ ସାଙ୍ଗମାନେ ଏପରି ଲୋମଟାଙ୍କୁରା ଘଟଣାର ଖୁଲାସା କରିଛନ୍ତି।

ଶ୍ରଦ୍ଧାଙ୍କ ବନ୍ଧୁ ରଜତ ଶୁକ୍ଳା କହିଛନ୍ତି ଯେ,  ଅଫତାବ ସବୁବେଳେ ତାଙ୍କୁ ହଇରାଣ କରିବା ସହ ନିର୍ଯାତନା ଦେଉଥିଲା। ଏପରିକି ତାଙ୍କ ଦେହରେ ସିଗାରେଟ ଚେଙ୍କ ବି ଦେଉଥିଲା। ଗତବର୍ଷ ଶ୍ରଦ୍ଧା ଏ ନେଇ ନିଜର ଜଣେ ଘନିଷ୍ଠ ବାନ୍ଧବୀଙ୍କୁ ଜଣାଇଥିଲେ । ଏଥିସହ ଅଫତାବ ତାଙ୍କ ପିଠିରେ ସିଗାରେଟ ଚେଙ୍କ ଦେଇଥିବା କହିଥିଲେ।

ଏହା ଜାଣି ଅନ୍ୟ ସାଙ୍ଗମାନେ ଉତ୍ତ୍ୟକ୍ତ ହୋଇ ଅଫତାବଙ୍କ ନିକଟକୁ ଯାଇ ତାଙ୍କୁ ଧମକ ଦେଇଥିଲେ। ଏପରିକି ଆଉ ଥରେ ଏପରି କାଣ୍ଡ କଲେ ଅବସ୍ଥା ସାଂଘାତିକ ହେବ ବୋଲି ବି ଚେତାବନୀ ଦେଇଥିଲେ। ହେଲେ ଶ୍ରଦ୍ଧା ଅଫତାବ ପ୍ରତି ନରମ ମନୋଭାବ ପୋଷଣ କରୁଥିଲେ ଓ ତାକୁ ଏକ ସୁଯୋଗ ଦେବାକୁ ଚାହୁଁଥିଲେ। ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା ବୋଲି କହିଛନ୍ତି ତାଙ୍କ ସାଙ୍ଗ ।

ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ପ୍ରଥମେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟି ପକାଇଥିଲା। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା।

ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତଥା ପ୍ରମାଣ ଯୋଗାଡ଼ କରିବାକୁ ଗତକାଲି ଅଫତାବର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଏହାପରେ ଆଜି ତା’ର ନାର୍କୋ ଟେଷ୍ଟ ହେବ ବୋଲି ଜଣାଯାଇଛି।

Related story