ଦିଲ୍ଲୀରେ ପଶିଛନ୍ତି ୪ ଜୈଶ ଆତଙ୍କୀ, ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତର ରାଜଧାନୀକୁ ଦୋହଲାଇ ଦେବାକୁ ଏବେ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଏଥିପାଇଁ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୪ ଜଣ ସଦସ୍ୟ ଦିଲ୍ଲୀରେ ଅନୁପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମଗ୍ର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳ, ଏୟାର ପୋର୍ଟ, ମଲ ଓ ଧର୍ମାନୁଷ୍ଠାନରେ […]

cc

Hemant Lenka
  • Published: Thursday, 03 October 2019
  • , Updated: 03 October 2019, 01:05 PM IST

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତର ରାଜଧାନୀକୁ ଦୋହଲାଇ ଦେବାକୁ ଏବେ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଏଥିପାଇଁ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୪ ଜଣ ସଦସ୍ୟ ଦିଲ୍ଲୀରେ ଅନୁପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମଗ୍ର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳ, ଏୟାର ପୋର୍ଟ, ମଲ ଓ ଧର୍ମାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖାଲି ସେତିକି ନୁହେଁ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

ଗୁଇନ୍ଦା ସୂତ୍ର ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ହିଁ ୪ ଜଣ ଜୈଶ ଆତଙ୍କୀ ନୂଆଦିଲ୍ଲୀରେ ପ୍ରବେଶ କରିଛନ୍ତି। ସେମାନଙ୍କୁ ବଡ଼ ଧରଣର ହମଲା ଓ ଆତ୍ମଘାତୀ ହମଲା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି।

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଧାରା ଉଚ୍ଛେଦ କରିଥିବାରୁ ଏହାର ବଦଲା ନେବା ପାଇଁ ପାକିସ୍ତାନରେ ଥିବା ଆତଙ୍କୀ ଆକ୍କାମାନେ ଏହି ୪ ଜଣଙ୍କୁ ଏଠାକୁ ପଠାଇଛନ୍ତି। ଦିଲ୍ଲୀରେ ୪ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ବେଳେ ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ମଧ୍ୟ ୧୦ରୁ ୨୦ ଜଣ ଆତଙ୍କବାଦୀ ଆକ୍ରମଣ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି।

ସେମାନଙ୍କ ଟାର୍ଗେଟରେ ଏୟାର ବେସ୍ ଓ ସୁରକ୍ଷାକର୍ମୀଙ୍କ କନଭୟ ରହିଛି। ଏହି ଆତଙ୍କବାଦୀମାନେ ଅମୃତସର, ପଠାନକୋଟ ଓ ଶ୍ରୀନଗରେ ଥିବା ଏୟାର ବେସ୍‌ରେ ଆତ୍ମଘାତୀ ହମ୍‌ଲା କରିବାକୁ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Related story