କ’ଣ ଆପଣ ସୁରକ୍ଷିତ ଅଛନ୍ତି? ପ୍ରତି ୧୦ମିନିଟ୍‌ରେ ପୋଲିସ୍ ପଠାଇବ ମେସେଜ୍

ନୂଆଦିଲ୍ଲୀ: ଏଣିକି ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ଦିଲ୍ଲୀ ଓ ଏନସିଆରର ଯେକୌଣସି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ଆପଣଙ୍କ ମୋବାଇଲକୁ ପ୍ରତି ୧୦ମିନିଟରେ ଆସିବ ଆଲର୍ଟ ମେସେଜ। ଦିଲ୍ଲୀ ପୋଲିସ ପକ୍ଷରୁ ଆସିବ ଏହି ଆଲର୍ଟ ମେସେଜ। ଯଦି ଆପଣ ସୁରକ୍ଷିତ ଅଛନ୍ତି ତେବେ ମେସେଜର ରିପ୍ଲାଇରେ ୟେସ୍ ଲେଖିବେ। ୫ଟି ମେସେଜ ପରେ ଆପଣ କିଛି ଉତ୍ତର ନଦେଲେ ଦିଲ୍ଲୀ ପୋଲିସର ପିସିଆର ଭ୍ୟାନ୍ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆପଣଙ୍କ […]

deldi-taxi

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 09:46 AM IST

ନୂଆଦିଲ୍ଲୀ: ଏଣିକି ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ଦିଲ୍ଲୀ ଓ ଏନସିଆରର ଯେକୌଣସି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ଆପଣଙ୍କ ମୋବାଇଲକୁ ପ୍ରତି ୧୦ମିନିଟରେ ଆସିବ ଆଲର୍ଟ ମେସେଜ। ଦିଲ୍ଲୀ ପୋଲିସ ପକ୍ଷରୁ ଆସିବ ଏହି ଆଲର୍ଟ ମେସେଜ। ଯଦି ଆପଣ ସୁରକ୍ଷିତ ଅଛନ୍ତି ତେବେ ମେସେଜର ରିପ୍ଲାଇରେ ୟେସ୍ ଲେଖିବେ। ୫ଟି ମେସେଜ ପରେ ଆପଣ କିଛି ଉତ୍ତର ନଦେଲେ ଦିଲ୍ଲୀ ପୋଲିସର ପିସିଆର ଭ୍ୟାନ୍ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆପଣଙ୍କ କ୍ୟାବ୍ ପଛରେ ଲାଗିଯିବ। ଏପରି କରିବା ପଛର ଉଦ୍ଦେଶ୍ୟ ହେଉଛି ବିମାନବନ୍ଦରରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସୁରକ୍ଷିତ ପହଞ୍ଚାଇବା। ଏହି ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ ହେବ।

ବିମାନବନ୍ଦର ସୁତ୍ରରୁ ଜଣାପଡ଼ିଛି ଯେ ବିମାନ ବନ୍ଦରରୁ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଚାଲୁଥିବା କଳା ଓ ନୀଳ ରଙ୍ଗର ଟ୍ୟାକ୍ସି ଗୁଡ଼ିକର ପ୍ରାୟ ୨ହଜାର ଡ୍ରାଇଭରଙ୍କୁ ପୋଲିସ ଯାଞ୍ଚ କରିଛି।  ଏଠାରେ ଚାଲୁଥିବା ସମସ୍ତ ଟ୍ୟାକ୍ସିରେ ଏକ କ୍ୟୁଆର କୋଡ୍‌ କାର୍ଡ ଝୁଲାଇ ଦିଆଯିବ। ଏହି କାର୍ଡକୁ ଯାତ୍ରୀମାନେ ନିଜ ଫୋନ୍‌ରେ ସ୍କାନ୍‌ କଲେ ଡ୍ରାଇଭରଙ୍କ ସମ୍ପର୍କରେ ସମସ୍ତ ସୂଚନା ଫୋନ୍‌ରେ ଆସିଯିବ ଯେପରି ତାଙ୍କ ନାମ, ଠିକଣା ଓ ଫଟୋ ।

ଏହି କ୍ୟୁଆର କାର୍ଡକୁ ମହିଳା ମାନଙ୍କ ପାଇଁ ରହିଥିବା ‘ହିମ୍ମତ ଆପ୍’ ସହ ମଧ୍ୟ ସଂଯୋଗ କରାଯିବ। ଆପ୍ ମାଧ୍ୟମରେ ସ୍କାନ୍‌ କରିବା ପରେ ଏହା ଜଣାପଡିବ ଯେ ଗାଡି ଚଲାଉଥିବା ଡ୍ରାଇଭର ସେହି ଲୋକ ନା ନାହିଁ ଯାହାଙ୍କ ଫଟୋ କ୍ୟୁଆର କୋଡ୍‌ରେ ରହିଛି। ଯଦି ଯାତ୍ରୀଙ୍କର ଫୋନରେ ‘ହିମ୍ମତ ଆପ୍’ ନାହିଁ ତେବେ ସେ କ୍ୟୁଆର କାର୍ଡରେ ଦିଆଯାଇଥିବା ୨ଟି ନମ୍ୱରରୁ ଡ୍ରାଇଭରଙ୍କ ସମ୍ପର୍କରେ ଜାଣିପାରିବେ। ସେଥି ମଧ୍ୟରୁ ଗୋଟେ ନମ୍ୱର ଡ୍ରାଇଭର ସମ୍ପର୍କରେ  ସୂଚନା ପାଇଁ ଓ ଅନ୍ୟଟି ଯାତ୍ରୀମାନେ ଡ୍ରାଇଭରଙ୍କ ସମ୍ପର୍କର ପାଇଥିବା ସୂଚନାକୁ ପୋଲିସକୁ ପଠାଇବା ପାଇଁ ଉଦ୍ଦିଷ୍ଟ। ଏହି ମେସେଜ୍‌ ଦିଲ୍ଲୀ ପୋଲିସର ସ୍ପେଶାଲ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚିଯିବ। ଏହାପରେ ଡ୍ରାଇଭର ସମ୍ପର୍କରେ ସମସ୍ତ ସୂଚନା ଯାତ୍ରୀଙ୍କ ଫୋନକୁ ପଠାଯିବ। ଏହା ଏକ ଟୋଲ ଫ୍ରି ସର୍ଭିସ ହେବ।

କଣ୍ଟ୍ରୋଲ ରୁମ୍‌ରୁ ମେସେଜ ପଠାଯିବାର କିଛି ସମୟ ମଧ୍ୟରେ ଯଦି ଯାତ୍ରୀ ଜଣଙ୍କ କିଛି ପ୍ରତିକ୍ରିୟା ନ ରଖନ୍ତି, ତା’ହେଲେ ଉକ୍ତ ଟ୍ୟାକ୍ସିର ଲୋକେସନ ଟ୍ରାକ୍‌ କରି ପୋଲିସର ପିସିଆର ଭ୍ୟାନ୍‌ ତା ପାଖରେ ପହଞ୍ଚିଯିବ।

Related story