ଇନଷ୍ଟାରେ ଦୁଷ୍କର୍ମ ଯୋଜନା, ପୋଲ୍ ଖୋଲିଲେ ଯୁବତୀ

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଦେଶ ଏବେ ଲକଡାଉନ୍। ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛି ସୋଶାଲ ମିଡିଆ। ଏହାରି ଭିତରେ ଇନଷ୍ଟାଗ୍ରାମ ଆପରେ ତିଆରି ହୋଇଛି Boys Locker Room (ବଏଜ ଲକର ରୁମ୍) ନାମରେ ଆକାଉଣ୍ଟ। ଯାହାକୁ ନେଇ ଦିଲ୍ଲୀ ପୁଲିସ୍ ଖୋଳାତାଡ ଆରମ୍ଭ କରିଛି। ଏବେ ସାଇବର କ୍ରାଇମ୍ ଏହି ଆକାଉଣ୍ଟରେ ଥିବା ପୋଷ୍ଟର ତଦନ୍ତ କରୁଛି। ଏ ନେଇ ସାଇବର କ୍ରାଇମର ଡେପୁଟି ପୁଲିସ କମିଶନର ଅନୀଶ ରୟ ସୂଚନା ଦେଇଛନ୍ତି। […]

delhi-police-on-boys-lockers-room

Subhransu Sekhar
  • Published: Monday, 04 May 2020
  • , Updated: 04 May 2020, 09:11 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଦେଶ ଏବେ ଲକଡାଉନ୍। ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛି ସୋଶାଲ ମିଡିଆ। ଏହାରି ଭିତରେ ଇନଷ୍ଟାଗ୍ରାମ ଆପରେ ତିଆରି ହୋଇଛି Boys Locker Room (ବଏଜ ଲକର ରୁମ୍) ନାମରେ ଆକାଉଣ୍ଟ। ଯାହାକୁ ନେଇ ଦିଲ୍ଲୀ ପୁଲିସ୍ ଖୋଳାତାଡ ଆରମ୍ଭ କରିଛି। ଏବେ ସାଇବର କ୍ରାଇମ୍ ଏହି ଆକାଉଣ୍ଟରେ ଥିବା ପୋଷ୍ଟର ତଦନ୍ତ କରୁଛି। ଏ ନେଇ ସାଇବର କ୍ରାଇମର ଡେପୁଟି ପୁଲିସ କମିଶନର ଅନୀଶ ରୟ ସୂଚନା ଦେଇଛନ୍ତି। ଏଯାବତ କୋଣିସ ମାମଲା ରୁଜୁ ହୋଇନାହିଁ। ହେଲେ ସୋଶାଲ ମିଡିଆରେ ଏହି ଆକାଉଣ୍ଟ ବାବଦରେ ଜଣାପଡ଼ିବା ପରେ ସାଇବର ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ବୋଲି ସେ କହିଛନ୍ତି।

ଖାଲି ଇନଷ୍ଟା ନୁହଁ ଟୁଇଟରରେ ମଧ୍ୟ #Boyslockerroom ନାମରେ ଟ୍ରେଣ୍ଡିଂ କରୁଛି। ପାଖାପାଖି ୩୦ ହଜାରରୁ ଅଧିକ ଟୁଇଟ୍ ଏହି #Boyslockerroom ନାମରେ ଟ୍ରେଣ୍ଡିଂ କରୁଛି।

ତେବେ ଏହି ଘଟଣା ସାଉଥ ଦିଲ୍ଲୀର ଜଣେ ଯୁବତୀ ସାମ୍ନାକୁ ଆଣିଛନ୍ତି। ସେ ନିଜ ସୋଶାଲ ମିଡିଆରେ ସ୍କ୍ରିନଶଟ୍ ଶେୟାର କରି ଲେଖିଛନ୍ତି, ୧୭-୧୮ ବୟସ ମଧ୍ୟରେ ଦିଲ୍ଲୀର ଗୋଟିଏ ଗୋଷ୍ଠୀ ଏହି ଗ୍ରୁପ ତିଆରି କରିଛନ୍ତି। ଏହି ଗ୍ରୁପ ହିଁ Boys Locker Room ଆଇଡିକୁ ସଂଚାଳନ କରୁଛନ୍ତି। ସମସ୍ତ ଫେକ୍ ଆକାଉଣ୍ଟ ମାନଙ୍କୁ ଏହି ଆଇଡିରେ ସାମିଲ୍ ହେବାକୁ କୁହାଯାଉଛି। ଏହି ଗ୍ରୁପରେ ଅନେକ ଝିଅଙ୍କର ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଉଛି। ଏଥିସହ ସେହି ଝିଅଙ୍କ ସହିତ ବ୍ଲାକମେଲିଂ କରି ଦୁଷ୍କର୍ମ ଆଦି ବିଭିନ୍ନ ଅପରାଧିକ କାମ କରିବାକୁ ଏହି ଗ୍ରୁପ ଯୋଜନା କରୁଛି। ଏହି ଗ୍ରୁପରେ ଥିବା ଦୁଇ ଜଣ ଫେକ୍ ଆକାଉଣ୍ଟଧାରୀ ତାଙ୍କ ସାଙ୍ଗ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ମହିଳା କମିଶନ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ଏ ନେଇ ଦିଲ୍ଲୀ ପୁଲିସକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

Related story