ନୂଆଦିଲ୍ଲୀ: ଦିଲ୍ଲୀର ମୋହନ ଗାର୍ଡେନ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ଋତୁରାଜ ନାମକ ଜଣେ ପୁଲିସ୍ ସବ-ଇନ୍ସପେକ୍ଟର ଆଜି ସକାଳେ ନିଜକୁ ସର୍ଭିସ୍ ରିଭରବଲରେ ଗୁଳି କରିଦେଇଛନ୍ତି। ଯାହା ଫଳରେ ଘଟଣାସ୍ଥଳରେ ହିଁ ସବ-ଇନ୍ସପେକ୍ଟରଙ୍କର ମୃତ୍ୟୁ ହୋଇଛି।
https://twitter.com/ANI/status/1323135753057005568?s=20
ମିଳିଥିବା ସୂଚନା ଅନୁଯାୟୀ, ୨୬ ବର୍ଷୀୟ ଋତୁରାଜ ପଶ୍ଚିମ ବିହାରରେ ପୋଷ୍ଟିଂ ପାଇଥିଲେ। ଆସନ୍ତା ନଭେମ୍ବର ୧୭ ତାରିଖରେ ତାଙ୍କର ବିବାହ ମଧ୍ୟ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ତାଙ୍କ ସହ ବଡ଼ ଅଘଟଣ ଘଟିଯାଇଛି।
ଘରେ ଉପସ୍ଥିତ ଥିବା ଋତୁରାଜଙ୍କ ପାଇଁ ଘଟଣା ସମ୍ବନ୍ଧରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଏବେ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗି ପଡ଼ିଛି।