ନକଲି କାଗଜ ଜରିଆରେ ଅସଲି ଅଭିଯୁକ୍ତ ପାଇଲେ ଜାମିନ୍!

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଘଟଣାର ଓକିଲ ମେହମୁଦ ପ୍ରାଚାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ତାଙ୍କ ବିରୋଧରେ ତଦନ୍ତ କରିବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେହମୁଦ ପ୍ରାଚା ଦିଲ୍ଲୀ ଦଙ୍ଗାରେ କିଛି ଅଭିଯୁକ୍ତଙ୍କ ପାଇଁ ଓକିଲାତି କରୁଛନ୍ତି। ଅଭିଯୁକ୍ତଙ୍କୁ ଜାମିନରେ ନେବା ବେଳେ ଓକିଲ ଜଣଙ୍କ ଜାଲ୍ କାଗଜପତ୍ର କୋର୍ଟରେ ଦାଖଲ କରିଥିଲେ ବୋଲି ପୁଲିସ କହିଛି। ଏ ନେଇ କୋର୍ଟଙ୍କୁ ଅବଗତ କରାଇବା ପରେ ସ୍ୱତନ୍ତ୍ର କୋର୍ଟ ତଦନ୍ତ ପାଇଁ ଅନୁମତି ଦେଇଥିଲେ। ଏହାପରେ […]

DELHI-RIOTS-ADVOCATE

Subhransu Sekhar
  • Published: Friday, 25 December 2020
  • , Updated: 25 December 2020, 11:17 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଘଟଣାର ଓକିଲ ମେହମୁଦ ପ୍ରାଚାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ତାଙ୍କ ବିରୋଧରେ ତଦନ୍ତ କରିବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେହମୁଦ ପ୍ରାଚା ଦିଲ୍ଲୀ ଦଙ୍ଗାରେ କିଛି ଅଭିଯୁକ୍ତଙ୍କ ପାଇଁ ଓକିଲାତି କରୁଛନ୍ତି। ଅଭିଯୁକ୍ତଙ୍କୁ ଜାମିନରେ ନେବା ବେଳେ ଓକିଲ ଜଣଙ୍କ ଜାଲ୍ କାଗଜପତ୍ର କୋର୍ଟରେ ଦାଖଲ କରିଥିଲେ ବୋଲି ପୁଲିସ କହିଛି।

ଏ ନେଇ କୋର୍ଟଙ୍କୁ ଅବଗତ କରାଇବା ପରେ ସ୍ୱତନ୍ତ୍ର କୋର୍ଟ ତଦନ୍ତ ପାଇଁ ଅନୁମତି ଦେଇଥିଲେ। ଏହାପରେ ଦୁଇ ଜଣ ଓକିଲ ଜାଭେଦ୍ ଏବଂ ପ୍ରାଚାଙ୍କ ବିରୋଧରେ ତଦନ୍ତ ହେଉଛି। ଯଦି ଜାଲ୍ କାଗଜପତ୍ର ହୋଇଥିବ ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଜଣାପଡ଼ିଛି।

ଦିଲ୍ଲୀ ପୁଲିସର ସୂଚନାନୁସାରେ, ଦିଲ୍ଲୀ ଦଙ୍ଗା ମାମଲାରେ କିଛି ଅଭିଯୁକ୍ତଙ୍କୁ ଜାମିନ ଦେବା ପାଇଁ ନକଲି ନୋଟାରୀ କାଗଜ ପତ୍ର ବ୍ୟବହାର କରାଯାଇଥିଲା। ଯାହାର ସୂଚନା ପୋଲିସ ସ୍ୱତନ୍ତ୍ର କୋର୍ଟକୁ ଦେଇଛି। ଓକିଲ ମେହମୁଦ ପ୍ରାଚା ଏବଂ ଜାଭେଦଙ୍କ ଭୂମିକା ଏ ନେଇ ସନ୍ଦେହ ଘେରରେ ରହିଛି। ଦିଲ୍ଲୀ ସ୍ପେଶାଲ ସେଲର ଡିସିପି ମନୀଷ ଚନ୍ଦ୍ରା କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିସେମ୍ବର 24ରେ ଦିଲ୍ଲୀ ପୁଲିସର ଦୁଇଟି ଟିମ୍ ଉଭୟ ଓକିଲଙ୍କ ଘରେ ଚଢ଼ାଉ କରିଥିଲା।

Related story