ଦିଲ୍ଲୀରେ ଆକ୍ରମଣ କରିବାକୁ ଲଶ୍କରର ଷଡ଼ଯନ୍ତ୍ର, ୨ ଆତଙ୍କୀଙ୍କୁ ଖୋଜୁଛି ପୋଲିସ୍

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଛି ଆତଙ୍କବାଦୀ ସଂଗଠନ ଲଶ୍କର –ଏ-ତୋଇବା। ଏଥିପାଇଁ ସଂଗଠନର ଦୁଇ ଜଣ ସଦସ୍ୟ ଦିଲ୍ଲୀ ପ୍ରବେଶ କରିଛନ୍ତି। ସେମାନେ ଦିଲ୍ଲୀର କୌଣସି ଏକ ସ୍ଥାନରେ ଲୁଚି ରହିଛନ୍ତି। ସେମାନେ ଆତ୍ମଘାତୀ ଆକ୍ରମଣ କରିବାକୁ ଆସିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ  ସୂଚନା ଦେଇଛନ୍ତି। ଏହି ଦୁଇ ଆତଙ୍କୀଙ୍କ ନାଁ ଦୁଜନ ଓ ଉକାଶ ବୋଲି ଜଣାପଡ଼ିଛି।  ସେମାନେ ପାକ୍ ଅଧିକୃତ କାଶ୍ମୀରୁ ଜମ୍ମୁଓ କାଶ୍ମୀରକୁ […]

newdelhi

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 09:49 AM IST

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଛି ଆତଙ୍କବାଦୀ ସଂଗଠନ ଲଶ୍କର –ଏ-ତୋଇବା। ଏଥିପାଇଁ ସଂଗଠନର ଦୁଇ ଜଣ ସଦସ୍ୟ ଦିଲ୍ଲୀ ପ୍ରବେଶ କରିଛନ୍ତି। ସେମାନେ ଦିଲ୍ଲୀର କୌଣସି ଏକ ସ୍ଥାନରେ ଲୁଚି ରହିଛନ୍ତି। ସେମାନେ ଆତ୍ମଘାତୀ ଆକ୍ରମଣ କରିବାକୁ ଆସିଥିବା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ  ସୂଚନା ଦେଇଛନ୍ତି। ଏହି ଦୁଇ ଆତଙ୍କୀଙ୍କ ନାଁ ଦୁଜନ ଓ ଉକାଶ ବୋଲି ଜଣାପଡ଼ିଛି।  ସେମାନେ ପାକ୍ ଅଧିକୃତ କାଶ୍ମୀରୁ ଜମ୍ମୁଓ କାଶ୍ମୀରକୁ ଅନୁପ୍ରବେଶ କରିଥିଲେ। ତା’ପରେ ସେମାନେ ଦିଲ୍ଲୀ ଚାଲି ଆସିଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ଦେଇଛନ୍ତି। ସେମାନେ ନିଜ ନାଁ ବଦଳାଇଛନ୍ତି। ସେମାନେ ନିଜକୁ ଭିନ୍ନ ଭିନ୍ନ ନାମରେ ପରିଚୟ ଦେଉଛନ୍ତି ବୋଲି କୁହାଯାଇଛି। ସେମାନେ ଦିଲ୍ଲୀର ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରିପାରନ୍ତି ବୋଲି କୁହାଯାଉଛି।  ଦିଲ୍ଲୀ ପୋଲିସ୍ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦେଇଛି। ତା’ସହିତ ଅପରାଧିକ ଷଡ଼ଯନ୍ତ୍ର ଓ ବେଆଇନ୍ ପ୍ରବେଶ ନେଇ ଦୁଇଟି ମାମଲା ମଧ୍ୟ ରୁଜୁ କରିଛି।

Related story