ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଲମ୍ବିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବିତ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଯୋଗେଶ ଦେଇଥିବା ନିଯୁକ୍ତିକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ନିଲମ୍ବିତ କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତ ସପ୍ତାହରେ ଯୋଗେଶ ତ୍ୟାଗୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦେଇଥିବା ନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଛି। କର୍ତ୍ତବ୍ୟରେ ଅବହେଳା ଓ ଖରାପ ଆଚରଣ […]

f

Hemant Lenka
  • Published: Wednesday, 28 October 2020
  • , Updated: 28 October 2020, 06:37 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବିତ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଯୋଗେଶ ଦେଇଥିବା ନିଯୁକ୍ତିକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ନିଲମ୍ବିତ କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତ ସପ୍ତାହରେ ଯୋଗେଶ ତ୍ୟାଗୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦେଇଥିବା ନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଛି। କର୍ତ୍ତବ୍ୟରେ ଅବହେଳା ଓ ଖରାପ ଆଚରଣ ପାଇଁ ତାଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ତଦନ୍ତ କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।

ରାଷ୍ଟ୍ରପତି ତାଙ୍କ କ୍ଷମତା ଅନୁଯାୟୀ ବିଶ୍ୱବିଦ୍ୟାଳୟର ରେକର୍ଡ ଓ ତଥ୍ୟକୁ ଆଧାର କରି ଯୋଗେଶ ତ୍ୟାଗୀ କର୍ତ୍ତବ୍ୟରେ ଅବହେଳା କରିଥିବା ଜାଣିବାକୁ ପାଇଛନ୍ତି। ଏଥିସହ ସେ ତାଙ୍କ ଡ୍ୟୁଟି ପ୍ରତି ନିଷ୍ଠାପର ନାହାନ୍ତି ଓ ତାଙ୍କ ଆଚରଣ ଠିକ୍‌ ନାହିଁ। ଏହି କାରଣ ପାଇଁ ତାଙ୍କ ବିରୋଧରେ ତଦନ୍ତ କରିବାକୁ ରାଷ୍ଟ୍ରପତି ଅନୁମତି ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି କୁହାଯାଇଛି ଯେ ତଦନ୍ତ ନସରିବା ଯାଏ ଯୋଗେଶ ତ୍ୟାଗୀ ନିଲମ୍ବିତ ହୋଇ ରହିବେ। ସେ ଅଫିସ ଆସି କାମ କଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ତେଣୁ ତଦନ୍ତ ସରିବା ଯାଏ ସିପି ଯୋଶୀ କୁଳପତି ଭାବେ କାର୍ଯ୍ୟ କରିବେ।

ଜୁଲାଇ ୨ରୁ ମେଡିକାଲରେ ଚିକିତ୍ସା ପାଇଁ ଯୋଗେଶ ତ୍ୟାଗୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜୁଲାଇ ୧୭ରେ ପ୍ରଫେସର ପିସି ଯୋଶୀଙ୍କୁ ସରକାର ଅସ୍ଥାୟୀ କୁଳପତି ଭାବେ ନିଯୁକ୍ତି କରିଥିଲେ। ତେବେ ଗତ ସପ୍ତାହରେ ଯୋଗେଶ ତ୍ୟାଗୀ ଅସ୍ଥାୟୀ କୁଳପତି ଯୋଶୀଙ୍କୁ ପଦରୁ ହଟାଇ ଗୀତା ଭଟ୍ଟଙ୍କୁ ଏହି ସ୍ଥାନରେ ନିଯୁକ୍ତ କରିଥିଲେ।

ତେବେ ଏହାପୂର୍ବରୁ ହିଁ ସିପି ଯୋଶୀ ବିଶ୍ୱବିଦ୍ୟାଳୟର ନୂଆ ରେଜିଷ୍ଟ୍ରା ଭାବେ ବିକାଶ ଗୁପ୍ତାଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରି ସାରିଥିଲେ। ଏହାକୁ କାର୍ଯ୍ୟନିର୍ବାହୀ ପରିଷଦ ମଧ୍ୟ ଅନୁମତି ଦେଇଥିଲା। ସେହିଦିନ ଯୋଗେଶ ତ୍ୟାଗୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରା ଭାବେ ପିସି ଝାଙ୍କୁ ନିଯୁକ୍ତି ଦେଇଥିଲେ।

ଏହାକୁ ନେଇ ବିବାଦ ହେବେରୁ ଶିକ୍ଷା ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଥିଲା। ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ଯୋଗେଶ ତ୍ୟାଗୀ ଛୁଟିରେ ଥିବାରୁ ତାଙ୍କ ବିଜ୍ଞପ୍ତି ବୈଧ ନୁହେଁ ବୋଲି କହିଥିଲା।

Related story