ଦିଲ୍ଲୀରେ ବ୍ୟାପୁଛି ଡେଙ୍ଗୁ: କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଡେଙ୍ଗୁରେ ଦିଲ୍ଲୀରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ୧୯୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର, ଦିଲ୍ଲୀ ମହାନଗର ନିଗମ ଓ ନୂଆଦିଲ୍ଲୀ ପୌରପାଳିକାକୁ ନୋଟିସ୍ ପଠାଇଛନ୍ତି ଓ ୭ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୪ ତାରିଖରେ ହେବ। କେତେକ ଡେଙ୍ଗୁ ରୋଗୀଙ୍କୁ ଦିଲ୍ଲୀର କିଛି […]

dengu

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 08:38 AM IST

ନୂଆଦିଲ୍ଲୀ: ଡେଙ୍ଗୁରେ ଦିଲ୍ଲୀରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ୧୯୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର, ଦିଲ୍ଲୀ ମହାନଗର ନିଗମ ଓ ନୂଆଦିଲ୍ଲୀ ପୌରପାଳିକାକୁ ନୋଟିସ୍ ପଠାଇଛନ୍ତି ଓ ୭ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୪ ତାରିଖରେ ହେବ।

କେତେକ ଡେଙ୍ଗୁ ରୋଗୀଙ୍କୁ ଦିଲ୍ଲୀର କିଛି ଡାକ୍ତରଖାନା ଚିକିତ୍ସା କରିବାକୁ ମନା କରି ଦେଇଥିବା ଅଭିଯୋଗ ହୋଇଛି। ସେଥିପାଇଁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସମସ୍ତ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ଏହା ସହିତ ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀ ଡେଙ୍ଗୁ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Related story