ଏବେବି ଅନାହାର ମୃତ୍ୟୁର ବିଭୀଷିକା: ୪ଦିନ ଧରି କିଛି ଖାଇନଥିଲା ସନ୍ତୋଷୀ

ରାଞ୍ଚି(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡ ସିମ୍‌ଡେଗାରେ ଅନାହାର ମୃତ୍ୟୁ ଅଭିଯୋଗ।  ୪ ଦିନ କାଳ ଖାଇବାକୁ ନପାଇ ଭୋକରେ ରହିବା ପରେ ଜଣେ ୧୧ ବର୍ଷୀୟ ବାଳିକାଙ୍କର ମୃତ୍ୟୁ ହୋଇଛି। ମା’ଙ୍କ କହିବା ଅନୁସାରେ, ମୃତ୍ୟୁର ୪ ଦିନ ପୂର୍ବରୁ ସନ୍ତୋଷୀ କିଛି ବି ଖାଇନଥିଲେ। ରାସନ କାର୍ଡ ସହ ଆଧାର ଲିଙ୍କ୍ ହୋଇନଥିବାରୁ ସ୍ଥାନୀୟ ଡିଲର ଗତ ୮ ମାସ ଧରି ରାସନ ସାମଗ୍ରୀ ଦେଉନଥିଲେ ବୋଲି ସନ୍ତୋଷୀର ମା କୋଏଲ ଦେବୀ କହିଛନ୍ତି। ଅନାହାର ମୃତ୍ୟୁ […]

71174-ynmojpmeze-1508079970

Rakesh Mallick
  • Published: Tuesday, 17 October 2017
  • , Updated: 18 October 2017, 08:30 AM IST

ରାଞ୍ଚି(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡ ସିମ୍‌ଡେଗାରେ ଅନାହାର ମୃତ୍ୟୁ ଅଭିଯୋଗ।  ୪ ଦିନ କାଳ ଖାଇବାକୁ ନପାଇ ଭୋକରେ ରହିବା ପରେ ଜଣେ ୧୧ ବର୍ଷୀୟ ବାଳିକାଙ୍କର ମୃତ୍ୟୁ ହୋଇଛି। ମା’ଙ୍କ କହିବା ଅନୁସାରେ, ମୃତ୍ୟୁର ୪ ଦିନ ପୂର୍ବରୁ ସନ୍ତୋଷୀ କିଛି ବି ଖାଇନଥିଲେ। ରାସନ କାର୍ଡ ସହ ଆଧାର ଲିଙ୍କ୍ ହୋଇନଥିବାରୁ ସ୍ଥାନୀୟ ଡିଲର ଗତ ୮ ମାସ ଧରି ରାସନ ସାମଗ୍ରୀ ଦେଉନଥିଲେ ବୋଲି ସନ୍ତୋଷୀର ମା କୋଏଲ ଦେବୀ କହିଛନ୍ତି।

ଅନାହାର ମୃତ୍ୟୁ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ।  ୨୪ ଘଣ୍ଟା ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାରକୁ ୫୦ ହଜାର ଟଙ୍କା ତତ୍କାଳ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଝାଡ଼ଖଣ୍ଡ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Related story