ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ ମିଳିବାରୁ ଚିନ୍ତାରେ ନୀତିନ ପଟେଲ

ଅହମ୍ମଦାବାଦ୍‌: ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ଅସନ୍ତୁଷ୍ଟ ଅଛନ୍ତି। ନିଜ ପଦବୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ସେପେଟ ନୀତୀନଙ୍କୁ ମନାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ବିଜେପି ବିଧାୟକ ଏବଂ ସମର୍ଥକ।  ପୂର୍ବ ସରକାରରେ ଅର୍ଥ, ସହରାଞ୍ଚଳ ବିକାଶ ଭଳି ଗୁରୁ ଦାୟିତ୍ୱ ସମ୍ଭାଳିଥିବା ନୀତୀନ ପଟେଲଙ୍କୁ ଚଳିତ ଥର ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫଳରେ ପ୍ରଥମ […]

nitin-patel1

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 10:00 PM IST

ଅହମ୍ମଦାବାଦ୍‌: ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ଅସନ୍ତୁଷ୍ଟ ଅଛନ୍ତି। ନିଜ ପଦବୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ସେପେଟ ନୀତୀନଙ୍କୁ ମନାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ବିଜେପି ବିଧାୟକ ଏବଂ ସମର୍ଥକ।  ପୂର୍ବ ସରକାରରେ ଅର୍ଥ, ସହରାଞ୍ଚଳ ବିକାଶ ଭଳି ଗୁରୁ ଦାୟିତ୍ୱ ସମ୍ଭାଳିଥିବା ନୀତୀନ ପଟେଲଙ୍କୁ ଚଳିତ ଥର ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫଳରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନୀତୀନ ବିଳମ୍ବରେ ପହଞ୍ଚିଥିଲେ। ଅନ୍ୟପଟେ ନୀତୀନଙ୍କୁ କଂଗ୍ରେସରେ ସାମିଲ ହେବା ପାଇଁ ପ୍ରସ୍ତାବ ରଖିଛନ୍ତି ହାର୍ଦ୍ଦିକ ପଟେଲ। ନିଜ ସହ ୧୦ ଜଣ ବିଧାୟକଙ୍କୁ ନେଇ କଂଗ୍ରେସରେ ସାମିଲ ହେବା ପାଇଁ ପ୍ରସ୍ତାବ ରଖିଛନ୍ତି ହାର୍ଦ୍ଦିକ।

Related story