ଦେଶର ବିକାଶରେ ବାଧକ ସାଜିଛନ୍ତି ୪୦ ସାଂସଦ: ମୋଦି

ଚଣ୍ଡିଗଡ଼: ଦେଶର ବିକାଶରେ ବାଧକ ସାଜିଛନ୍ତି ୪୦ ଜଣ ସାଂସଦ। ଏହି ୪୦ ଜଣ ସାଂସଦ ୪୦୦ ଜଣ ସାଂସଦଙ୍କ ଆଗ୍ରହକୁ ଅଗ୍ରାହ୍ୟ କରୁଛନ୍ତି ଯାହା ଦେଶର ଗଣତନ୍ତ୍ର ପ୍ରତି ଅପମାନ। ଆଜି ଚଣ୍ଡିଗଡ଼ରେ ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ କଂଗ୍ରେସର ସାଂସଦମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଏହି କଥା। କାରଣ ଏଥର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦି […]

Modi

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 05:39 PM IST

ଚଣ୍ଡିଗଡ଼: ଦେଶର ବିକାଶରେ ବାଧକ ସାଜିଛନ୍ତି ୪୦ ଜଣ ସାଂସଦ। ଏହି ୪୦ ଜଣ ସାଂସଦ ୪୦୦ ଜଣ ସାଂସଦଙ୍କ ଆଗ୍ରହକୁ ଅଗ୍ରାହ୍ୟ କରୁଛନ୍ତି ଯାହା ଦେଶର ଗଣତନ୍ତ୍ର ପ୍ରତି ଅପମାନ। ଆଜି ଚଣ୍ଡିଗଡ଼ରେ ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ କଂଗ୍ରେସର ସାଂସଦମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଏହି କଥା। କାରଣ ଏଥର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦି ପ୍ରସଙ୍ଗରେ କଂଗ୍ରେସ ସାଂସଦମାନେ ନିକଟରେ ଶେଷ ହୋଇଥିବା ଲୋକସଭାର ମୌସୁମୀ ଅଧିବେଶନକୁ ଅଚଳ କରି ଦେଇଥିଲେ।

ମୋଦି କହିଥିଲେ, ସର୍ବାଧିକ ଜନମତ ସତ୍ତ୍ୱେ ଏଥର ସଂସଦରେ ସରକାରଙ୍କ କଣ୍ଠରୋଧ କରାଯାଇଥିଲା। ତେଣୁ ଏବେ ସମୟ ଆସିଯାଇଛି ଗଣତନ୍ତ୍ର ସଂପର୍କରେ ଦେଶର ସାଧାରଣ ଲୋକଙ୍କୁ ସଚେତନ କରାଇବାର। ଏହା ଦ୍ୱାରା ଲୋକେ ସେମାନେ ନିର୍ବାଚିତ କରି ପଠାଉଥିବା ଜନପ୍ରତିନିଧିମାନଙ୍କୁ ସଂସଦରେ ଆଲୋଚନାରେ ଭାଗ ନେବା ପାଇଁ ବାଧ୍ୟ କରି ପାରିବେ। ଗୃହରେ ପ୍ରଶ୍ନ କରିବା ସହିତ ଗୃହକୁ ଚାଲିବାକୁ ଦେବାକୁ ଜନପ୍ରତିନିଧିମାନଙ୍କୁ କହିବେ।

କଂଗ୍ରେସ ଉଦ୍ଦେଶ୍ୟ ସେ କହିଥିଲେ ଯେ ଏଭଳି ବିରୋଧୀ ଦଳଗୁଡ଼ିକୁ ଲୋକେ କ୍ଷମା ଦେବେ ନାହିଁ।

Related story