ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ୍ ଫ୍ୟାଶନ୍ ଡିଜାଇନର୍ କାର୍ଲ ଲଜେରଫେଲ୍ଡ୍ଙ୍କର ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କାର୍ଲ ଦୁଇ ସପ୍ତାହ ଧରି ଅସୁସ୍ଥ ଥିଲେ ଏବଂ ପ୍ୟାରିସ୍ର ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ମଙ୍ଗଳବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
କାର୍ଲ ଲଜେରଫେଲ୍ଡ୍ ଜର୍ମାନୀର ଜଣେ କ୍ରିଏଟିଭ୍ ଡାଇରେକ୍ଟର, ଫ୍ୟାଶନ୍ ଡିଜାଇନର୍ ଥିଲେ। ଫ୍ରେଞ୍ଚ୍ ଫ୍ୟାଶନ୍ ହାଉସ୍ ସନେଲ୍ରେ ସେ ଦୀର୍ଘ ୩୦ ବର୍ଷ ଧରି ସେ ଫ୍ୟାଶନ୍ ଡିଜାଇନର୍ ରହିଥିଲେ।
ସୁସ୍ମିତା ଟ୍ୱିଟ୍ କରି ଲେଖିଛନ୍ତି, "କାର୍ଲ ଲଜେରଫେଲ୍ଡ୍ଙ୍କର ସେ ବହୁତ ବଡ଼ ଫ୍ୟାନ୍ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।"
ସେହିପରି ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ଆଥିୟା ସେଟ୍ଟି, ହିମାଂଶ କୋହଲି, ମନିସ୍ ମଲହୋତ୍ରା, ହୁମା କ୍ୟୁରେସି ଓ ଅନିତା ଶରାଫ୍ ପ୍ରଭୃତି ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି।