ଚୀନର ଗୁଇନ୍ଦା କ୍ୟାମେରାକୁ କବଜା କଲା ଭାରତ

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ହ୍ରଦରେ ଚୀନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ପରେ ଭାରତୀୟ ସେନା ଆକ୍ରାମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତୀୟ ସେନା କେବଳ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲରେ ବ୍ଲାକ୍ ଟପ୍ ପୋଷ୍ଟକୁ ନିଜ ପତିଆରା ଜାହିର କରିଛି। ଏଥିସହ ଚୀନ ସେନାର କ୍ୟାମେରା ଏବଂ ସିସିଟିଭି ଉପକରଣକୁ ମଧ୍ୟ ହଟାଇ ଦେଇଛି। ଚାଇନା ଦୀର୍ଘ ଦିନ ହେବ ବ୍ଲାକ୍ ଟପ୍ ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଷଡଯନ୍ତ୍ର କରିଥିଲା। ଏଥିପାଇଁ କ୍ୟାମେରା ଏବଂ […]

remote

Subhransu Sekhar
  • Published: Tuesday, 01 September 2020
  • , Updated: 01 September 2020, 06:01 PM IST

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ହ୍ରଦରେ ଚୀନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ପରେ ଭାରତୀୟ ସେନା ଆକ୍ରାମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତୀୟ ସେନା କେବଳ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲରେ ବ୍ଲାକ୍ ଟପ୍ ପୋଷ୍ଟକୁ ନିଜ ପତିଆରା ଜାହିର କରିଛି। ଏଥିସହ ଚୀନ ସେନାର କ୍ୟାମେରା ଏବଂ ସିସିଟିଭି ଉପକରଣକୁ ମଧ୍ୟ ହଟାଇ ଦେଇଛି।

ଚାଇନା ଦୀର୍ଘ ଦିନ ହେବ ବ୍ଲାକ୍ ଟପ୍ ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଷଡଯନ୍ତ୍ର କରିଥିଲା। ଏଥିପାଇଁ କ୍ୟାମେରା ଏବଂ ସିସିଟିଭି ସିଷ୍ଟମ ଉପକରଣ ଆଦି ଲଗାଇଥିଲା। ତେବେ ପାଙ୍ଗୋଙ୍ଗ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ସେନା ନିଜ ସ୍ଥିତି ଆହୁରି ମଜବୁତ କରିଛି। ଏହି ବ୍ଲାକ ଟପ୍ ପୋଷ୍ଟ ଲାଇନ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲର ଭାରତୀୟ ପାର୍ଶ୍ୱରେ ରହିଛି।

ଚୀନର ଦୂରଦୃଷ୍ଟିକୁ ବୁଝିବା ପରେ ଭାରତ ଗତ ସପ୍ତାହରେ ପର୍ବତର ଉଚ୍ଚ ଭାଗରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଅପରେସନ୍ ୟୁନିଟ୍ ଏବଂ ଶିଖ୍ ଲାଇଟ୍ ଇନଫଣ୍ଟ୍ରି କର୍ମଚାରୀଙ୍କ ସମେତ ଆଣ୍ଟି ଟ୍ୟାଙ୍କ୍ ଗାଇଡ୍ କ୍ଷେପଣାସ୍ତ୍ର ନିୟୋଜିତ କରିଛି। ଏହି ୟୁନିଟ୍ ଚୀନ୍ ସେନାର କାର୍ଯ୍ୟକଳାପକୁ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ।

ସୂଚନାଯୋଗ୍ୟ, ଚୀନ୍ ଏହି ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଉଦ୍ଦେଶ୍ୟ ରଖିଥିଲା। ସେଥିପାଇଁ ଅତ୍ୟାଧୁନିକ ଆଡଭାନ୍ସ କ୍ୟାମେରା ଏବଂ ସିସିଟିଭି ଆଦି ଲଗାଇଥିଲା। ଏବେ ଚୀନ୍ ସେନା ଏଭଳି ଉପକରଣ ଗୁଡ଼ିକୁ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ନିୟୋଜିତ କରିଛି। ଯାହାକି ଭାରତୀୟ ସୈନିକଙ୍କର ଗତିବିଧି ଉପରେ କଡ଼ା ନଜର ରଖିପାରିବ। ଏମିତିକି ଭାରତୀୟ ସେନାର ପାଟ୍ରୋଲିଂ ରଣନୀତିକୁ ବୁଝିବା ସହଜ ହେବ ବୋଲି ଚୀନ୍ ସେନା ବିଚାର କରିଛି।

ଚୀନ୍ ଦାବି କରୁଛି ଯେ ବହୁ ଉଚ୍ଚରେ ଥିବା ଅଞ୍ଚଳ ଗୁଡ଼ିକ ତାଙ୍କର। ତେଣୁ ସେ ଏହି ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ଚାହୁଁଛି। ଚୀନର ଦାବି ମୁତାବକ ସବୁ କିଛି ଭାରତ ସ୍ୱୀକାର କରିବା ତା’ହେଲେ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ସୀମା ଏବଂ ସ୍ପୁଙ୍ଗୁର ଗ୍ୟାପ୍ ନିକଟବର୍ତ୍ତୀ ଅଞ୍ଚଳକୁ ଚୀନ୍ ସୀମା ବିସ୍ତାର କରିବ। ଯାହାକୁ ଭାରତ ଖାରଜ କରି ଆସୁଛି।

Related story