ପାକିସ୍ତାନର ସମସ୍ତ ବିରୋଧୀ ସାଂସଦ ସଂସଦରୁ ଦେଇପାରନ୍ତି ଇସ୍ତଫା

ଇସଲାମାବାଦ: ସରକାରଙ୍କ ନୀତି ବିରୋଧରେ ସମସ୍ତ ବିରୋଧୀଦଳ ଏକାଠି ହୋଇ ସଂସଦରୁ ଇସ୍ତଫା ଦେଇ ପାରନ୍ତି। ବିରୋଧୀ ଦଳର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଝିଅ ନିକଟରେ ଏହା କହିଛନ୍ତି। ଯାହାକୁ ନେଇ ପାକିସ୍ତାନରେ ଇମ୍ରାନ୍ ସରକାରର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାକିସ୍ତାନରେ ଇମ୍ରାନ ଖାନ୍ ସରକାର ଏବଂ ମିଳିତ ବିରୋଧୀ ଦଳ ମଧ୍ୟରେ ରାଜନୀତିକ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ଡିସେମ୍ବର ୮ରେ ବିରୋଧୀ ଦଳରେ ଥିବା ୧୧ଟି […]

nawaz-daughter

Subhransu Sekhar
  • Published: Tuesday, 08 December 2020
  • , Updated: 08 December 2020, 05:54 PM IST

ଇସଲାମାବାଦ: ସରକାରଙ୍କ ନୀତି ବିରୋଧରେ ସମସ୍ତ ବିରୋଧୀଦଳ ଏକାଠି ହୋଇ ସଂସଦରୁ ଇସ୍ତଫା ଦେଇ ପାରନ୍ତି। ବିରୋଧୀ ଦଳର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଝିଅ ନିକଟରେ ଏହା କହିଛନ୍ତି। ଯାହାକୁ ନେଇ ପାକିସ୍ତାନରେ ଇମ୍ରାନ୍ ସରକାରର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପାକିସ୍ତାନରେ ଇମ୍ରାନ ଖାନ୍ ସରକାର ଏବଂ ମିଳିତ ବିରୋଧୀ ଦଳ ମଧ୍ୟରେ ରାଜନୀତିକ ଛକାପଞ୍ଝା ଜାରି ରହିଛି। ଏହାରି ଭିତରେ ଡିସେମ୍ବର ୮ରେ ବିରୋଧୀ ଦଳରେ ଥିବା ୧୧ଟି ଦଳ ଏକାଠି ହୋଇ ଏକ ମିଳିତ ନିଷ୍ପତ୍ତି ନେଇପାରନ୍ତି। ଏହି ମିଳିତ ଦଳର ମେଣ୍ଟର ନାଁ ରହିଛି ପାକିସ୍ତାମ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)। ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍-ନୱାଜର ବରିଷ୍ଠ ନେତା ମରିୟମ ନୱାଜ ସରିଫ କହିଛନ୍ତି ଯେ ଇମ୍ରାନ ସରକାର ଦେଶରେ ଅରାଜକତା ଏବଂ ଅତ୍ୟାଚାର କରୁଛନ୍ତି। ରବିବାର ଲାହୋରରେ ଦଳୀୟ କର୍ମୀ ଏବଂ ଜନସାଧାରଣକୁ ସମ୍ୱୋଧନ କରିବାବେଳେ ମରିୟମ ନୱାଜ ସରିଫ କହିଛନ୍ତି ଯେ ଯଦି ଆମେ ଏକାଠି ଇସ୍ତଫା ଦେବାକୁ ନିଷ୍ପତ୍ତି ନେବୁ ତାହେଲେ ସମର୍ଥନ ପାଇଁ କର୍ମୀଙ୍କୁ କହିଛନ୍ତି।

ତେବେ ଏହାକୁ ନେଇ କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ ଆଶ୍ୱସନା ଦେଇଛନ୍ତି। ଲୋକଙ୍କୁ ଭୟଭୀତ କରିବା କିମ୍ବା ଚାପରେ ରଖିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଆଗାମୀ ଦିନରେ ସରକାର ଅନେକ ମିଛ ମାମଲା ଦାଖଲ କରିପାରନ୍ତି। ହେଲେ ସମସ୍ତ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ମରିୟମ କହିଛନ୍ତି।

ଏହି ମେଣ୍ଟ ୧୩ ଡିସେମ୍ବରରେ ଲାହୋରରେ ଏକ ବଡ଼ ରାଲି କରିବେ ବୋଲି ମଧ୍ୟ ଜଣାପଡ଼ିଛି। ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ଏହି ରାଲି ହେବ ତାହେଲେ କରୋନା ନିୟମ ଉଲ୍ଲଂଘନ ହେବ। ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ।

ଅକ୍ଟୋବରରୁ ପାକିସ୍ତାନର ୧୧ ଟି ବିରୋଧୀ ଦଳର ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ) ଦେଶର ବିଭିନ୍ନ ସ୍ଥାନରେ ରାଲି କରୁଛି। ଏହି ମିଳିତ ମଞ୍ଚର ପ୍ରଥମ ରାଲି ଅକ୍ଟୋବର ୧୬ରେ ଗୁଜରାନୱାଲାରେ ହୋଇଥିଲା। ଦ୍ୱିତୀୟ ରାଲି ୧୮ ଅକ୍ଟୋବରରେ କରାଚିରେ ହୋଇଥିଲା। ତୃତୀୟ ରାଲି ୨୫ ଅକ୍ଟୋବରରେ କ୍ୱେଟାରେ ଏବଂ ୨୨ ନଭେମ୍ବରରେ ପେଶୱାରରେ ଚତୁର୍ଥ ରାଲି ହୋଇଥିଲା। ଶେଷ ରାଲି ୧୩ ଡିସେମ୍ବରରେ ଲାହୋରରେ ହେବାକୁ ଯାଉଛି।

Related story