ପୁଣି ବିଜେପିକୁ ଝଟକା, ବିହାର ନିର୍ବାଚନ ପ୍ରଚାରକୁ ଯିବେନି ଫଡନାଭିସ

ପାଟନା: ବିହାର ନିର୍ବାଚନ ପାଇଁ ଭୋଟିଂ ପୂର୍ବରୁ ବିଜେପିକୁ ପୁଣି ଗୋଟିଏ ଝଟକା ଲାଗିଛି। ବିହାର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମର ଇନଚାର୍ଜ ଦେବେନ୍ଦ୍ର ଫଡନାଭିସ୍‌ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଡନାଭିସଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଆସନ୍ତା ୧୪ ଦିନ ପାଇଁ […]

f

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 02:50 PM IST

ପାଟନା: ବିହାର ନିର୍ବାଚନ ପାଇଁ ଭୋଟିଂ ପୂର୍ବରୁ ବିଜେପିକୁ ପୁଣି ଗୋଟିଏ ଝଟକା ଲାଗିଛି। ବିହାର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମର ଇନଚାର୍ଜ ଦେବେନ୍ଦ୍ର ଫଡନାଭିସ୍‌ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଡନାଭିସଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଆସନ୍ତା ୧୪ ଦିନ ପାଇଁ ବିହାର ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯିବେ ନାହିଁ।


ଆଜି ମଧ୍ୟାହ୍ନରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସ ଟ୍ୱିଟ କରି ସେ କରୋନାରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଲକଡାଉନ ଆରମ୍ଭ ହେବା ପରଠାରୁ ହିଁ କାମ କରି ଆସୁଥିଲି। ଏବେ ଭଗବାନ ମୁଁ କିଛି ସମୟ ଅଟକି ବ୍ରେକ ନିଏ ବୋଲି ଚାହୁଁଛନ୍ତି।

ମୋର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଓ ମୁଁ ଆଇସୋଲେସନରେ ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ମେଡିସିନ ଖାଉଛି ଓ ଚିକିତ୍ସିତ ହେଉଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟା କରି ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ। ସମସ୍ତେ ନିଜ ନିଜର ଯତ୍ନ ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।

Related story