ଦିଲ୍ଲୀରେ ଚାଲିଲା ମଶାମରା ଏକ୍ସପ୍ରେସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ମଶା ଦାଉରୁ ସୁରକ୍ଷା ଦେବା ପାଇଁ ଆଜିଠୁ ମଶାମରା ଏକ୍ସପ୍ରେସ୍ (ମଷ୍ଟିକଟୋ ଟର୍ମିନେଟର ଟ୍ରେନ) ସେବା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ନଗର ନିଗମ ସହାୟତାରେ ଆରମ୍ଭ କରାଯାଇଛି। ଉତ୍ତର ରେଲୱେ ଜିଏମଙ୍କ କହିବା ମୁତାବକ ଦିଲ୍ଲୀ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଏହି ସେବା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମୌସୁମୀ ପରେ ମଶାମାନଙ୍କ ପ୍ରଜନନ ସମୟ ହୋଇଥିବା ବେଳେ ଲାର୍ବା ସଂଖ୍ୟା ବଢ଼େ ଥାଏ। ଏହାକୁ ଦୃଷ୍ଟିରେ ରଖି […]

mosquito

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 11:25 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ମଶା ଦାଉରୁ ସୁରକ୍ଷା ଦେବା ପାଇଁ ଆଜିଠୁ ମଶାମରା ଏକ୍ସପ୍ରେସ୍ (ମଷ୍ଟିକଟୋ ଟର୍ମିନେଟର ଟ୍ରେନ) ସେବା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ନଗର ନିଗମ ସହାୟତାରେ ଆରମ୍ଭ କରାଯାଇଛି। ଉତ୍ତର ରେଲୱେ ଜିଏମଙ୍କ କହିବା ମୁତାବକ ଦିଲ୍ଲୀ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଏହି ସେବା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ମୌସୁମୀ ପରେ ମଶାମାନଙ୍କ ପ୍ରଜନନ ସମୟ ହୋଇଥିବା ବେଳେ ଲାର୍ବା ସଂଖ୍ୟା ବଢ଼େ ଥାଏ। ଏହାକୁ ଦୃଷ୍ଟିରେ ରଖି ରେଳ ନିଗମ ପକ୍ଷରୁ ପ୍ରତିବର୍ଷ ଏହି ମଶାମରା ଏକ୍ସପ୍ରେସ ଚାଲିଥାଏ। ଏହି ଟ୍ରେନ୍ ନୂଆଦିଲ୍ଲୀ, ଦିଲ୍ଲୀ ସରାୟା ରୋହିଲା, ପଟେଲ ନଗର, ଛାବନି, ପାଲମ, ସଫଦରଜଙ୍ଗ, ଲାଜପତ ନଗର, ହଜରତ ନିଜାମୁଦ୍ଦିନ, ଆଦର୍ଶ ନଗର, ରାଠଧାନା, ଦିଲ୍ଲୀ ଶାହଦରା, ଗୁଡଗାଁ ଆଦି ଷ୍ଟେସନ ଦେଇ ଚାଲିବ। ପ୍ରତି ଦୁଇ ସପ୍ତାହ ଅନ୍ତରରେ ଏହି ଏକ୍ସପ୍ରେସ ଚାଲିବ। ପ୍ରତିଥରରେ ଟ୍ରେନ୍‌ଟି ୧୫୦ କି.ମି. ଅତିକ୍ରମ କରିବ।

Related story