ବୋନସ୍‌ରେ ୪୦୦ ଫ୍ଲାଟ୍ ଓ ୧୨୬୦ କାର୍ ଦେଲେ ଢୋଲକିୟା

ସୁରତ: ଦୀପାବଳୀରେ ନିଜ କମ୍ପାନୀର କର୍ମଚାରୀଙ୍କୁ ବୋନସରେ ଆପାର୍ଟମେଣ୍ଟ୍‌ ଓ କାର୍‌ ଦେଇ ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଥିବା ସୁରତର ହୀରା ବ୍ୟବସାୟୀ ଏସ୍‌.ଡି ଢୋଲକିୟା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ବି ଦୀପାବଳୀ  ଅବସରରେ ସେ ଭଲ କାମ କରିଥିବା କର୍ମଚାରୀମାନଙ୍କୁ କାର୍ ଓ ଫ୍ଲାଟ୍ ଉପହାରରେ ଦେଇଛନ୍ତି। ସେ ୪୦୦ ଫ୍ଲାଟ୍ ଓ ୧୨୬୦ଟି କାର୍ ପ୍ରଦାନ କରିଛନ୍ତି। ତାଙ୍କ କଂପାନୀ ହରେ କୃଷ୍ଣ ଏକ୍ଟପୋର୍ଟସ୍ କର୍ମଚାରୀଙ୍କ ବୋନସ୍‌ ପାଇଁ ୫୧ […]

savji

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 01:09 PM IST

ସୁରତ: ଦୀପାବଳୀରେ ନିଜ କମ୍ପାନୀର କର୍ମଚାରୀଙ୍କୁ ବୋନସରେ ଆପାର୍ଟମେଣ୍ଟ୍‌ ଓ କାର୍‌ ଦେଇ ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଥିବା ସୁରତର ହୀରା ବ୍ୟବସାୟୀ ଏସ୍‌.ଡି ଢୋଲକିୟା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ବି ଦୀପାବଳୀ  ଅବସରରେ ସେ ଭଲ କାମ କରିଥିବା କର୍ମଚାରୀମାନଙ୍କୁ କାର୍ ଓ ଫ୍ଲାଟ୍ ଉପହାରରେ ଦେଇଛନ୍ତି। ସେ ୪୦୦ ଫ୍ଲାଟ୍ ଓ ୧୨୬୦ଟି କାର୍ ପ୍ରଦାନ କରିଛନ୍ତି। ତାଙ୍କ କଂପାନୀ ହରେ କୃଷ୍ଣ ଏକ୍ଟପୋର୍ଟସ୍ କର୍ମଚାରୀଙ୍କ ବୋନସ୍‌ ପାଇଁ ୫୧ କୋଟି ଟଙ୍କା ଖର୍ଚ୍ଚ କରିଛି।

ଢୋଲକିଆ କହିଛନ୍ତି,“ଚଳିତ ବର୍ଷ କଂପାନୀରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୭୧୬ କର୍ମଚାରୀଙ୍କୁ ବଛା ଯାଇଥିଲା। ସେମାନଙ୍କ ମଧ୍ୟରୁ ଯେଉଁ ମାନଙ୍କର କାର୍ ଥିଲା ସେମାନଙ୍କୁ ଘର ଦିଆଗଲା। ଯେଉଁମାନଙ୍କ ପାଖରେ ନିଜର ଗାଡ଼ି ନ ଥିଲା ସେମାନଙ୍କୁ କାର ଦିଆଯାଇଛି।”

ଏହି ସବୁ ଫ୍ଲାଟ୍ ଓ କାର୍‌ଗୁଡ଼ିକୁ ଇନ୍‌ଷ୍ଟଲମେଣ୍ଟରେ କିଣା ଯାଇଛି। ଏଥିପାଇଁ କଂପାନୀ ୫ ବର୍ଷ ପର୍ଯ୍ୟନ୍ତ ସବୁ ମାସରେ ୫୦୦୦ ଟଙ୍କା ପ୍ରଦାନ କରିବ। ବାକି ଟଙ୍କା କର୍ମଚାରୀମାନେ ନିଜେ ଦେବେ।

Related story