ବିକ୍ଷୋଭ ବେଳେ ବେକାବୁ ହେଲେ ଦିଗବିଜୟ ସିଂ; ପୁଲିସ୍‌ ଅଧିକାରୀଙ୍କ କଲର୍‌ ଟାଣିଲେ

ଭୋପାଲ:  ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍‌ ସୁଇପ୍‌କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ ରିଗିଂ କରାଯାଇଥିବା ଅଭିଯୋଗରେ ଆଜି ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା।  ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରୁ  ଜଣେ ପୁଲିସ୍‌ ଅଫିସରଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଆଜି […]

fight

  • Published: Saturday, 30 July 2022
  • , Updated: 30 July 2022, 09:23 AM IST

ଭୋପାଲ:  ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍‌ ସୁଇପ୍‌କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ ରିଗିଂ କରାଯାଇଥିବା ଅଭିଯୋଗରେ ଆଜି ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା।  ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରୁ  ଜଣେ ପୁଲିସ୍‌ ଅଫିସରଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।

ଆଜି ସକାଳେ ଭୋପାଲ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରେ ବହୁ ସଂଖ୍ୟା କଂଗ୍ରେସ କାର୍ଯ୍ୟକର୍ତ୍ତା  ଓ ନେତା ସାମିଲ ହୋଇଥତ୍ତା ମନ୍ତ୍ରୀ ଭୁପେନ୍ଦ୍ର ସିଂ କିଛି ସଦସ୍ୟଙ୍କୁ ନିଜ ଗାଡ଼ିରେ ନେଇ ଘଟଣାସ୍ଥଳକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦିଗବିଜୟ ସିଂ ସେମାନଙ୍କୁ ଅଟକାଇଥିଲେ।  ଏହା ମଦ୍ୟରେ  ବିଜେପି ବିଧାୟକ ରାମେଶ୍ୱର ଶର୍ମା କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହେଲେ।  ରାମେଶ୍ୱରଙ୍କୁ ବାହାର କରିବାକୁ ଦାବି କରି କଂଗ୍ରେସ ନେତା ଓ କର୍ମୀ ଜୋରଦାର ହଙ୍ଗାମା କଲେ। ଏହି ସମୟରେ ପୁଲିସ୍‌ କର୍ମୀ ଦିଗବିଜୟ ସିଂଙ୍କୁ ଧକ୍କା ମାରିବାରୁ ସେ ଜଣେ ଅଧିକାରୀଙ୍କ କଲର ଧରି ତାଙ୍କୁ ଗାଳିଗୁଲଜ କଲେ। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦିଗବିଜୟଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ୁଛି।

ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି  ବିଜେପି ରାଜ୍ୟ ସଭାପତି ବିଷ୍ଣୁଦତ୍ତ ଶର୍ମା। ସେ କହିଛନ୍ତି ଯେ, ଏପରି ଆଚରଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ  ଯୁକ୍ତିଯୁକ୍ତ ନୁହେଁ, ଯେଉଁଭଳି ଭାବରେ ସେ ଜଣେ ପୁଲିସ୍‌ ଅଧିକାରୀଙ୍କ କଲର ଧରି ନିର୍ବାଚନମଣ୍ଡଳୀରେ ଗାଳିଗୁଲଜ କରିଥିଲେ, ଏହା ଅତ୍ୟନ୍ତ ଲଜ୍ଜାଜନକ।  ଏହା ହେଉଛି କଂଗ୍ରେସର ଚରିତ୍ର । ଯେତେବେଳେ ଦିଗବିଜୟ ସିଂ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଅପରାଧୀଙ୍କୁ ଉତ୍ସାହିତ କରୁଥିଲେ। ଏପରିକି କମଲ ନାଥ ସରକାର ସେଠାରେ ୧୫ ମାସ ରହିଥିବା ବେଳେ ରାଜ୍ୟରେ ଅସାମାଜିକ ବ୍ୟକ୍ତିଙ୍କ ପାର୍ଦୁଭାବ ବିସ୍ତାର କରିଥିଲା। ସେ କହିଛନ୍ତି ଯେ ଆଜି କମଲ ନାଥ ନିର୍ବାଚନରେ ​​ନିଖୋଜ ଅଛନ୍ତି ଏବଂ ସମସ୍ତ ଚାପ  ଦିଗବିଜୟ ସିଂଙ୍କ ଉପରେ ପଡିଛି । ହାର୍‌କୁ ବରଦାସ୍ତ କରିବା ମୁଡରେ ନ ଥିବା ଦିଗବିଜୟ ଗୁଣ୍ଡାଗର୍ଦ୍ଦି କରିବାକୁ ପଛାଉ ନାହାନ୍ତି। ଏଥିସହ ସେ କହିଛନ୍ତି, ନିର୍ବାଚନରେ ହାରଜିତ ସ୍ୱାଭାବିକ କଥା। ହେଲେ ଆଇନକୁ ହାତକୁ ନେବାକୁ ତୁମକୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏପରି କାର୍ଯ୍ୟକଳାପ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହାନ ମଧ୍ୟ ଦିଗବିଜୟ ସିଂଙ୍କୁ କଡ଼ା ସମାଲୋଚନା କରିଛନ୍ତି।   ଏନେଇ ସେ କହିଛନ୍ତି,  ଏଭଳି ଅଶ୍ଳୀଳ ଆଚରଣ କୌଣସି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଶୋଭନୀୟ ନୁହେଁ। କେତେବେଳେ ପୁଲିସ୍‌ ଅଧିକାରୀଙ୍କ କଲର ଧରି ଟାଣିବା,  କେତେବେଳେ ଜିଲ୍ଲାପାଳଙ୍କ ଗେଟ୍‌କୁ ଗୋଇଠା ମାରି ଫାଟକ ଭାଙ୍ଗିବାକୁ ଚେଷ୍ଟା କରିବା ଏହା କଦାପି ଯୁକ୍ତିଯୁକ୍ତ ନୁହେଁ। । ଗଣତନ୍ତ୍ରରେ ବିଜୟ ଏବଂ ପରାଜୟ ଚାଲିଥାଏ, କିନ୍ତୁ ଏପରି ଆଚରଣ କେବେବି ଗ୍ରହଣୀୟ ନୁହେଁ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ସମୁଦାୟ ୫୧ ଟି ଜିଲ୍ଲା ପଞ୍ଚାୟତ ଆସନ ମଧ୍ୟରୁ ୪୧ଟିରେ ବିଜୟ ହାସଲ କରିଛି ଭାଜପା। ଏହି ନିର୍ବାଚନରେ ​​ବିଜେପି ୮୧%ରୁ ଅଧିକ  ସ୍ଥାନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଏହାକୁ ସହିପାରୁ ନ ଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ।

Related story