ନୂଆଦିଲ୍ଲୀ: ଆଇଏସ ଆତଙ୍କବାଦୀ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସେହିପରି ଗୁଇନ୍ଦା ବିଭାଗ ରାଜସ୍ଥାନ ପୋଲିସକୁ ମଧ୍ୟ ସତର୍କ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ମୁମ୍ୱାଇର ଅନ୍ଧେରୀ ଅଞ୍ଚଳରେ ଦଳେ ଲୋକ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନ କରୁଥିବା ନେଇ ବିଶେଷ କୁମାର ବଲି ପରିଚୟ ଦେଇ ଜଣେ ବ୍ୟକ୍ତି ସୂଚନା ଦେଇଥିଲେ । ମଙ୍ଗଳବାର ସକାଳ ୯ଟାରୁ ୧୦ଟା ମଧ୍ୟରେ ମୁମ୍ୱାଇ ଡୋମେଷ୍ଟିକ୍ ଏୟାରପୋର୍ଟ, ଅନ୍ତର୍ଜାତୀୟ ଏୟାରପୋର୍ଟ ସମେତ ତାଜ୍ ହୋଟେଲ୍ ନିକଟରେ ୫ଟି ଗାଡ଼ି ବିସ୍ଫୋରଣ କରିବାକୁ ସେମାନେ ଯୋଜନା କରିଥିବା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।