ହାର୍ ଜିତ୍ ଜୀବନର ଏକ ଅଂଶ :ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ମନ କଥା କହିଛନ୍ତି। ରବିବାର ୧୧ଟାରେ ‘ମନ୍ କି ବାତ’ ରେଡିଓକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେ ଯେ, ଦେଶରେ ଏବେ ଗ୍ରୀଷ୍ମର ପ୍ରଭାବ ମୁଣ୍ଡବିନ୍ଦାର କାରଣ ପାଲିଟିଛି। ଏଥିପାଇଁ ନିଜର ସୁରକ୍ଷା ଚିନ୍ତା କରିବା ସହ ପଶୁପକ୍ଷୀଙ୍କର ମଧ୍ୟ ଯତ୍ନ ନେବାକୁ ହେବ।ବାହାରେ ଏକ ପାତ୍ରରେ ସେମାନଙ୍କ ପାଇଁ ପାଣି ରଖିବାକୁ ହେବ। ଏହାଦ୍ୱାରା ମାନବିକତା ବୃଦ୍ଧି ପାଇବ। ଏଥିରୁ କନିଷ୍ଠମାନେ ବହୁ ଶିକ୍ଷା ପାରିବେ ବୋଲି ସେ କହିଥିଲେ। […]

mann-ki-bat-modi41

Rakesh Mallick
  • Published: Sunday, 31 May 2015
  • , Updated: 01 June 2015, 12:22 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ମନ କଥା କହିଛନ୍ତି। ରବିବାର ୧୧ଟାରେ 'ମନ୍ କି ବାତ’ ରେଡିଓକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେ ଯେ, ଦେଶରେ ଏବେ ଗ୍ରୀଷ୍ମର ପ୍ରଭାବ ମୁଣ୍ଡବିନ୍ଦାର କାରଣ ପାଲିଟିଛି। ଏଥିପାଇଁ ନିଜର ସୁରକ୍ଷା ଚିନ୍ତା କରିବା ସହ ପଶୁପକ୍ଷୀଙ୍କର ମଧ୍ୟ ଯତ୍ନ ନେବାକୁ ହେବ।ବାହାରେ ଏକ ପାତ୍ରରେ ସେମାନଙ୍କ ପାଇଁ ପାଣି ରଖିବାକୁ ହେବ। ଏହାଦ୍ୱାରା ମାନବିକତା ବୃଦ୍ଧି ପାଇବ। ଏଥିରୁ କନିଷ୍ଠମାନେ ବହୁ ଶିକ୍ଷା ପାରିବେ ବୋଲି ସେ କହିଥିଲେ।

ଏହାଛଡା ସେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଦିଗରେ ପରାମର୍ଶ ଦେଇଥିଲେ। ସେ କହିଛନ୍ତିଯେ,ଏବେ ଯୁକ୍ତଦୁଇ ଓ ଦଶମ ଶ୍ରେଣୀ ଫଳ ପ୍ରକାଶିତ ହୋଇଛି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପରାମର୍ଶ ଦେଇ କହିଛନ୍ତି ଯେ,ସଦ୍ୟପ୍ରକାଶିତ ହୋଇଥିବା ବିଭିନ୍ନ ରେଜଲ୍ଟରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଓ ଅନ୍ତରକୁ ହାର୍ଦ୍ଧକ ଅଭିନନ୍ଦନ ଜଣାଇଛନ୍ତି । ଯେଉଁମାନ ଏହି ପରୀକ୍ଷାରେ ବଫଳ ହୋଇଛନ୍ତି ସେମାନଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଉପରେ ବହୁ ଦିଗ ଉପରେ ଆଲୋକପାତ କରିଥିଲେ। ଦେଶକୁ ଉତ୍ତମ ବୈଜ୍ଞାନିକ, ସୈନିକ, ଡାକ୍ତର, ପ୍ରଶାସନିକ ଓ ଶିକ୍ଷକଙ୍କର ଆବଶ୍ୟକ ରହିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି। ଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ବିଷୟବସ୍ତୁର ଅଭାବ ନାହିଁ। ଛାତ୍ରଛାତ୍ରୀମାନେ ଯେଉଁ ବିଷୟ ପ୍ରତି ରୁଚି ରହିଛି । ତହାକୁ ଗ୍ରହଣ କରନ୍ତୁ । ସେମାନଙ୍କ ଉପରେ ଚାପ ସୃଷ୍ଟି ନ କରିବାକୁ ଅବିଭାବକଙ୍କୁ ପରାମର୍ଶ ଦେଇଥିଲେ। ସଫଳତା ହିଁ  ବିଫଳତାର ବାଟ ଦେଖାଏ ବୋଲି ସେ ପରୀକ୍ଷାରେ ବିଫଳ ହୋଇଥିବା ଯୋଗ ଛାତ୍ରଛାତ୍ରୀଙ୍କ  ଉଦ୍ଦେଶ୍ୟରେ କହିଥିଲେ। ଏହାସହ ମୋଦି କହିଥିଲେ ସେ ସବୁବେଳେ ଗରିବଙ୍କ ସହିତ ଅଛନ୍ତି। ସେମାନଙ୍କୁ ସଶକ୍ତି କରଣ କରିବା ପାଇଁ ନିକଟରେ ଲୋକାର୍ପିତ ହୋଇଛି କୃଷକ ଚ୍ୟାନେଲ। ଏଥିରେ ଥିବା ଛାତ୍ର ବି ଜଣେ କୃଷକ ଓ ଶିକ୍ଷକ ବି ଶିକ୍ଷକ ବି ଜଣେ କୃଷକ। ଉଭୟ କୃଷକଙ୍କ ପାଇଁ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି। ଏହା ଖୁବଶୀଘ୍ର ଚାଷୀଙ୍କ ପାଇଁ  ଏକ କୃଷି ଓ ଜଳଯୋଗାଣ ବିଶ୍ୱବିଦ୍ୟାଳୟ ଭାବ ପରିଗଣିତ ହେବ। ଏଥି ଯୋଗୁଁ ଗାଁରେ ଥିବା କୃଷକ, ମା଼ଛଧରାଳୀଙ୍କ ପାଇଁ ପାଣିପାଗ ବିଷୟରେ ବହୁ ସୂଚନା ହସ୍ତଗତ ହେବ ବୋଲି ସେ ମନ କି ବାତରେ କହିଥିଲେ।

ସେ କହିଛନ୍ତି ଯେ, ସରକାର ନିକଟରେ ଦେଶବାସୀଙ୍କ ପାଇଁ ୩ଟି ସାମାଜିକ ଯୋଜନା ଘୋଷଣା କରାଯାଇଛି। ଗରିବଲୋକମାନେ ବର୍ଷକୁ ମାତ୍ର ୧୨ଟଙ୍କା ବିନିମୟରେ ୨ଲକ୍ଷଟଙ୍କାର ସାମାଜିକ ସୁରକ୍ଷା ପାଇପାରିବେ। ଏହା ଦେଶରେଥିବା ଗରିବଲୋକଙ୍କୁ ବହୁ ସହାୟତା ପ୍ରଦାନ କରିବ ବୋଲି ସେ କହିଥିଲେ।  ଏହାଦ୍ୱାରା ଦେଶର ଅର୍ଥନୀତିରେ ସୁଧାର ଆସିବ ‍ବୋଲି ସେ କହିଥିଲେ। ଆସନ୍ତା ୨୧ ଜୁନକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯିବ। ଏହାଦ୍ୱରା ଏହି ଦିନ ଟି ଏକ ପରିଚୟ ନେଇ ଭାରତର ପ୍ରତିନିଧିତ୍ୱ ବହନ କରିବ। ମୋଦି ଆମେରିକା ଗସ୍ତରେ ଏହି ଦିବସକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରିବାକୁ ବିଶ୍ୱ ସମୁଦାୟକୁ ପ୍ରସ୍ତାବ ରଖିଥିଲେ। ୧୦୦ ଦିନ ମଧ୍ୟରେ ବିଶ୍ୱର ଶତାଧିକ ଏହା ସପକ୍ଷରେ ମତ ଦେଇ ଏହାକୁ ସଫଳ କରିଥିଲେ। ତେଣୁ ଯୋଗ ହିଁ ବିଶ୍ୱ ସମୁଦାୟ ସହ ଭାରତକୁ ଯୋଡିବ ବୋଲି କହିଥିଲେ। ଏହାସହ ସେ ସେନାରୁ ଅବସର ନେଇଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ। ଗତ ୪୦ ବର୍ଷ ହେବ ଦାବି ହେଉଥିବା ’ୱାନ ରେଙ୍କ ୱାନ ପେନସନ’ ଉପରେ ଖୁବଶୀଘ୍ର ବିଚାର କରିବେ। ଏହା ଉପରେ ଆଲୋଚନା କରି ସେନାକର୍ମଚାରୀଙ୍କ ଦୁଃଖ କଷ୍ଟକୁ ନିଜର କରିବେ ବୋଲି କହିଥିଲେ। ଏହସହ ଗ୍ରୀଷ୍ମ ଅବକାଶ ସମ୍ପର୍କରେ ବର୍ତ୍ତ ରଖିଥିଲେ। ଯେଉଁମାନେ ଏଥିରେ ଯାଇଛନ୍ତି କିମ୍ବା ଯିବାକୁ ବାହାରିଛନ୍ତି ସେମାନେ ତାଙ୍କ ଗ୍ରୀଷ୍ମ ଅବକାଶର ଧାରା ବିବରଣୀକୁ ଡାୟେରୀ ମଧ୍ୟରେ ଅଭିଜ୍ଞତାକୁ ସାଇତି ରଖିବା ସହ ଉଠାଇଥିବା ଫଟୋକୁ ମୋଦିଙ୍କ ପାଖକୁ ପଠାଇବାକୁ ସେ ପରାମର୍ଶ ଦେଇଥିଲେ। ଏହାକୁ ସେ ଅତୁଲ୍ୟ ଭାରତ(ଇନକ୍ରିଡବଲିଇଣ୍ଡିଆ)ରେ ସେୟାର କରିବେ ବୋଲି କହିଥିଲେ।

ଆଜି ଦିନ ୧୧ରେ ଅଲ ଇଣ୍ଡିଆ ରେଡିଓରେ ଦେଶବାସୀଙ୍କୁ ରେଡିଓ ପ୍ରୋଗ୍ରାମର ଚଳିତ ମାସର ବର୍ତ୍ତା ରଖିଛନ୍ତି ଶ୍ରୀ ମୋଦି। ଏଥିରେ ମୁଖ୍ୟତଃ ସେନାରେ କାର୍ଯ୍ୟରତଥିବା ଯୱାନ,ଛାତ୍ରଛାତ୍ରୀ ଓ କୃଷକଙ୍କ ଉଦ୍ଦେଶ୍ୟରେ ସେ ବର୍ତ୍ତା ରଖିଛନ୍ତି। ଏହି ବାର୍ତ୍ତା ତାଙ୍କ ଟ୍ୱିଟର ପେଜରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟ୍ୱଟ୍ କରିଥିଲେ।

ସୂଚନାଯୋଗ୍ୟ ସେ ଏହି ରେଡିଓ ପ୍ରୋଗ୍ରାମ ଗତବର୍ଷ ଅକ୍ଟୋବରରୁ ଆରମ୍ଭ କରିଛନ୍ତି। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରେଡିଓରେ ବର୍ତ୍ତା ରଖିଛନ୍ତି ଶ୍ରୀ ମୋଦି। ଗତ ମେ’ ୨୬ରେ ମୋଦିସରକାର ଏକ ବର୍ଷ ପୂରଣ କରିଥିବା ବେଳେ ସରକାରଙ୍କର ଏକବର୍ଷର ସଫଳତାକୁ ଦୋହରାଇ ପାରନ୍ତି ବୋଲି ଆଲୋଚନା ହେଉଛି।

Related story