ନିଜ ଅଫିସରୁ ଏସି କାଢ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇଲେ ଜିଲ୍ଲାପାଳ

ଭୋପାଲ: ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ବିଭିନ୍ନ ଅଧିକାରୀଙ୍କ କଳା କାରନାମା ଏବଂ ଦୁର୍ନୀତି ବାବଦରେ ଖବର ପାଉଥିବେ। ସେମାନେ ନିଜ ସୁଖ ସୁବିଧା ପାଇଁ ସରକାରୀ ବ୍ୟବସ୍ଥା ଏବଂ ରାଜକୋଷରୁ ଭରପୁର ଫାଇଦା ନେଉଥିବା ମଧ୍ୟ ନଜିର ରହିଛି। କିନ୍ତୁ ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାପାଳ ସ୍ୱରୋଚିଷ ସୋମବଂଶୀ ଏ କ୍ଷେତ୍ରରେ ନିଆରା କାର୍ଯ୍ୟ କରି ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ସେ ନିଜ କାର୍ଯ୍ୟାଳୟରେ ଲାଗିଥିବା ଏସି ଖୋଲି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପୋଷଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇଛନ୍ତି। […]

mp-collector

Subrat Kumar Nayak
  • Published: Friday, 07 June 2019
  • , Updated: 07 June 2019, 05:50 PM IST

ଭୋପାଲ: ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ବିଭିନ୍ନ ଅଧିକାରୀଙ୍କ କଳା କାରନାମା ଏବଂ ଦୁର୍ନୀତି ବାବଦରେ ଖବର ପାଉଥିବେ। ସେମାନେ ନିଜ ସୁଖ ସୁବିଧା ପାଇଁ ସରକାରୀ ବ୍ୟବସ୍ଥା ଏବଂ ରାଜକୋଷରୁ ଭରପୁର ଫାଇଦା ନେଉଥିବା ମଧ୍ୟ ନଜିର ରହିଛି। କିନ୍ତୁ ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାପାଳ ସ୍ୱରୋଚିଷ ସୋମବଂଶୀ ଏ କ୍ଷେତ୍ରରେ ନିଆରା କାର୍ଯ୍ୟ କରି ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ସେ ନିଜ କାର୍ଯ୍ୟାଳୟରେ ଲାଗିଥିବା ଏସି ଖୋଲି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପୋଷଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇଛନ୍ତି।

ଏହି ଜିଲ୍ଲାରେ ତାପମାତ୍ରା ୪୦ ଟପିବା ସାଧାରଣ କଥା ପାଲଟିଥିବାବେଳେ ଶିଶୁମାନେ ଏଥିରେ ହନ୍ତସନ୍ତ ହେଉଥିଲେ। ସେମାନଙ୍କର ଏପରି ସମସ୍ୟା ଲକ୍ଷ୍ୟ କରିବାପରେ ଶ୍ରୀ ସୋମବଂଶୀ ନିଜ ଚ୍ୟାମ୍ବର ଏବଂ କାର୍ଯ୍ୟାଳୟରେ ଲାଗିଥିବା କୁଲର ଓ ଏସିକୁ ବାହାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେ କହିଛନ୍ତି, ଗୋଟିଏ ବ୍ଲକ୍‌ରେ ଏଭଳି ୪ଟି କୋଠା ରହିଛି। ସେଠାରେ ପ୍ରବଳ ଗରମ ହୁଏ। ତେଣୁ ଏସି ଲଗାଇବା ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସରକାରୀ ନିୟମ ପାଳନ କରି ନୂଆ ଏସି ଆଣି ଲଗାଇବା ପାଇଁ ଯଥେଷ୍ଟ ସମୟ ଲାଗିବ। ଆମେ ଅନୁଭବ କଲୁ ତୁରନ୍ତ ସେଠାରେ ଏସି ଲଗାଇବା ଦରକାର। ପିଲାମାନଙ୍କ ପାଇଁ ଗରମ ଅସହ୍ୟ ହୋଇପଡ଼ିଥିଲା। ଶେଷରେ କାର୍ଯ୍ୟାଳୟରୁ ଏସି ଖୋଲିନେଇ ସେଠାରେ ଲଗାଇଦେଲୁ।

ତାଙ୍କର ଏହି ପଦକ୍ଷେପ ପରେ ସମଗ୍ର ଜିଲ୍ଲାରେ ଶ୍ରୀ ସୋମବଂଶୀ ପ୍ରଶଂସାର ପାତ୍ର ହୋଇଛନ୍ତି। ଏପରିକି ଦେଶସାରା ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି। ଉତ୍କଟ ଗ୍ରୀଷ୍ମ ଋତୁରେ ପଙ୍ଖା ସାହାଯ୍ୟରେ ଗରମର ମୁକାବିଲା କରିବା କଷ୍ଟକର। ଏସି ଲାଗିଯିବା ପରେ ଗରମରୁ ପିଲାମାନଙ୍କୁ ରକ୍ଷା ମିଳିଛି ବୋଲି ଲୋକେ ମତ ଦେଇଛନ୍ତି।

Related story