ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କବାଦୀଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଛି ଜମ୍ମୁ କଶ୍ମୀରର କିସ୍ତଓ୍ୱର ଜିଲ୍ଲା ପୁଲିସ। ଏହି ତିନି ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଇ ଆତଙ୍କବାଦକୁ ସକ୍ରିୟ କରାଉଛନ୍ତି ବୋଲି ଜିଲ୍ଲା ପୁଲିସ୍ କହିଛି। ଏହି ୩ ଆତଙ୍କବାଦୀ ହେଲେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମହମ୍ମଦ ଅମିନ ଓରଫ ଜାହାଙ୍ଗୀର ସରୁରି ଏବଂ ତା’ର ଦୁଇ ସହଯୋଗୀ ରିୟାଜ ଅହମ୍ମଦ ଓ ମୁଦ୍ଦାସିର ହୁସେନ। ମହମ୍ମଦ ଅମିନ ପାଇଁ ୧୫ ଲକ୍ଷ ଏବଂ ତା’ର ଦୁଇ ସହଯୋଗୀର ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କା ପୁରସ୍କାର ରଖିଛି ଜମ୍ମୁ କଶ୍ମୀର ପୁଲିସ୍।
Jammu and Kashmir: District Police Kishtwar have announced a cash award of Rs 30 lakhs on three terrorists belonging to Hizbul Mujahideen. Mohd Amin carries a reward of Rs 15 lakhs. Riaz Ahmed & Mudassir Hussain carry a reward of Rs 7.5 lakhs each. pic.twitter.com/0j6877LZcN
— ANI (@ANI) October 28, 2019
ଯେଉଁ ବ୍ୟକ୍ତି ଏହି ସୂଚନା ଦେବେ ସେମାନଙ୍କ ନାମ ଗୋପନ ରହିବ ଓ ତାଙ୍କୁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଜମ୍ମୁ କଶ୍ମୀର ପୁଲିସ୍ ଘୋଷଣା କରିଛି। ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ତିନି ଆତଙ୍କବାଦୀଙ୍କ ଫଟୋ ଜାରି କରି ମୋଷ୍ଟ ଓ୍ୱାଣ୍ଟେଡ ବୋଲି ଲେଖା ହୋଇଛି।