କଂଗ୍ରେସ ସୋଶାଲ୍ ମିଡିଆ ହେଡ୍ ଦିବ୍ୟା ନିଜ ଟ୍ୱିଟର ଆକାଉଣ୍ଟ ଡିଲିଟ୍ କଲେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସରେ କିଛି ଠିକଠାକ୍ ଚାଲିନଥିବା ଦେଖିବାକୁ ମିଳିଛି। ଦଳର ମିଡିଆ ପ୍ରଭାରୀ ଦିବ୍ୟା ସ୍ପନ୍ଦନା ନିଜ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରିଛନ୍ତି। ପ୍ରଥମେ ଟ୍ୱିଟର ହ୍ୟାଣ୍ଡଲରେ ସେ ନିଜର କଂଗ୍ରେସ ପରିଚୟକୁ ହଟାଇଥିବା ଦେଖିବାକୁ ମିଳିଥିଲା। ଏମିତିକି ସେ କାହାକୁ ଅନୁସରଣ କରୁନଥିବା ବେଳେ ତାଙ୍କୁ କେହି ଅନୁସରଣ କରୁନଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ସୋଶାଲ ମିଡିଆରେ ପ୍ରଚାର ଦାୟିତ୍ୱ […]

Congress IT head Divya Spandana

Subhransu Sekhar
  • Published: Sunday, 02 June 2019
  • , Updated: 02 June 2019, 03:42 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସରେ କିଛି ଠିକଠାକ୍ ଚାଲିନଥିବା ଦେଖିବାକୁ ମିଳିଛି। ଦଳର ମିଡିଆ ପ୍ରଭାରୀ ଦିବ୍ୟା ସ୍ପନ୍ଦନା ନିଜ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରିଛନ୍ତି। ପ୍ରଥମେ ଟ୍ୱିଟର ହ୍ୟାଣ୍ଡଲରେ ସେ ନିଜର କଂଗ୍ରେସ ପରିଚୟକୁ ହଟାଇଥିବା ଦେଖିବାକୁ ମିଳିଥିଲା। ଏମିତିକି ସେ କାହାକୁ ଅନୁସରଣ କରୁନଥିବା ବେଳେ ତାଙ୍କୁ କେହି ଅନୁସରଣ କରୁନଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ସୋଶାଲ ମିଡିଆରେ ପ୍ରଚାର ଦାୟିତ୍ୱ ଦିବ୍ୟା ସ୍ପନ୍ଦନଙ୍କୁ ଦିଆଯାଇଥିଲା। ଅନେକ ପ୍ରସଙ୍ଗରେ ତାଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟକୁ ନେଇ ବିଜେପି ମଧ୍ୟ କଡ଼ା ସମାଲୋଚନାର ଶିକାର ହୋଇଛି। ହେଲେ ଏବେ ନିର୍ବାଚନ ପରେ ଦିବ୍ୟା ତାଙ୍କ ଟ୍ୱିଟର ଆକାଉଣ୍ଟରେ ନିଜର ପରିଚୟ ବଦଳାଇଥିଲେ।

କିଛି ଦିନ ପୂର୍ବରୁ ସେ ଦଳ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ଦିବ୍ୟା ସ୍ପନ୍ଦନା। ଏବେ କିନ୍ତୁ ଦିବ୍ୟା ଦଳ ଛାଡ଼ିବେ ବୋଲି ପୁଣି ଚର୍ଚ୍ଚା ହେଉଛି। ହେଲେ କଂଗ୍ରେସ କିନ୍ତୁ ଏ ବାବଦରେ କିଛି ସ୍ପଷ୍ଟ କରିନଥିବା ଜଣାପଡ଼ିଛି।

ନିକଟରେ କଂଗ୍ରେସ ତା'ର ମୁଖପାତ୍ରଙ୍କୁ ମାସେ ପାଇଁ କୌଣସି ଟିଭି ବିତର୍କରେ ଭାଗ ନେବାକୁ ମନା କରିଛି। ଦଳ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି। ତେଣୁ ଆଗାମୀ ଦିନରେ ଦଳର ଉପରୁ ତଳ ପର୍ଯ୍ୟନ୍ତ ପଦାଧିକାରୀଙ୍କୁ ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି। ଵୋଧହୁଏ ଏହାକୁ ନଜରରେ ରଖି ଦିବ୍ୟା ସ୍ପନ୍ଦନା ନିଜ ଟ୍ୱିଟର ଆକାଉଣ୍ଚରେ ପ୍ରଥମେ ନିଜର ପରିଚୟରେ ପରିବର୍ତ୍ତନ କରିବା ପରେ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି।

Related story