ଦିନରେ ଡାକ୍ତର, ରାତିରେ ଚୋର

ଅହମଦାବାଦ୍‌: ଆପଣ ଦେଖୁଥିବା ମଣିଷର ମନ କିପରି ଜାଣିବା କଷ୍ଟକର। ଉପରକୁ ସରଳ, ସୁନ୍ଦର ଓ କର୍ତ୍ତବ୍ୟପରାୟଣ ଦିଶୁଥିବା ମଣିଷର ଆଉ ଏକ ରୂପ ବି ଥାଇପାରେ। ଯଦି ଏପରି ଧାରଣା କେବେ ମନକୁ ଆସିନାହିଁ, ତେବେ ଗୁଜରାଟର ଏହି ଡାକ୍ତର ବାବୁଙ୍କ କଥା ଶୁଣିଲା ପରେ ଟିକେ ସତର୍କ ହୋଇଯିବେ। ଦିନରେ ରୋଗୀ ସେବା କରୁଥିବା ଏହି ଡକ୍ତର ନିଜ ଭାଇ ଓ ଗ୍ରୁପ୍‌ ସହ ମିଶି ୨୫୧ଟି କାର୍‌ ଚୋରି କରିଛନ୍ତି। ଏହି ଗ୍ୟାଙ୍ଗର […]

doctor

Ordigital Desk
  • Published: Monday, 06 August 2018
  • , Updated: 06 August 2018, 01:25 PM IST

ଅହମଦାବାଦ୍‌: ଆପଣ ଦେଖୁଥିବା ମଣିଷର ମନ କିପରି ଜାଣିବା କଷ୍ଟକର। ଉପରକୁ ସରଳ, ସୁନ୍ଦର ଓ କର୍ତ୍ତବ୍ୟପରାୟଣ ଦିଶୁଥିବା ମଣିଷର ଆଉ ଏକ ରୂପ ବି ଥାଇପାରେ। ଯଦି ଏପରି ଧାରଣା କେବେ ମନକୁ ଆସିନାହିଁ, ତେବେ ଗୁଜରାଟର ଏହି ଡାକ୍ତର ବାବୁଙ୍କ କଥା ଶୁଣିଲା ପରେ ଟିକେ ସତର୍କ ହୋଇଯିବେ। ଦିନରେ ରୋଗୀ ସେବା କରୁଥିବା ଏହି ଡକ୍ତର ନିଜ ଭାଇ ଓ ଗ୍ରୁପ୍‌ ସହ ମିଶି ୨୫୧ଟି କାର୍‌ ଚୋରି କରିଛନ୍ତି।

ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଅହମଦାବାଦ୍‌ର ବାୱଲା ଅଞ୍ଚଳରେ ରହୁଥିବା ଡାକ୍ତର ହରେଶ ମନିୟା। ଗତ ୫ ବର୍ଷ ମଧ୍ୟରେ ସେ ଓ ତାଙ୍କ ଗ୍ୟାଙ୍ଗ୍ ୨୫୧ଟି କାର୍‌ ଚୋରି କରିଛନ୍ତି। ହରେଶ ଏବେ ଫେରାର ଅଛନ୍ତି। ତାଙ୍କ ଭାଇ ଅରବିନ୍ଦ ମନିୟା ଏବଂ ରାଜକୋଟର ଦୁଇ ଜଣ କାର୍‌ ଡିଲର ତାହିର ଭୋରା ଓ ସଲିମ ଶେଖଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ୍‌ କରିଛି। ସେମାନଙ୍କ ପାଖରୁ ୨୮ଟି କାର୍ ଜବତ କରାଯାଇଛି।

[caption id="attachment_260666" align="alignnone" width="919"] ତଳେ ଯେଉଁ ତିନି ଜଣ ବସିଛନ୍ତି ସେମାନଙ୍କୁ ଗିରଫ କରାଯାଉଛି[/caption]

ଗତ ୩୦ ତାରିଖରେ ଅରବିନ୍ଦଙ୍କୁ ସନ୍ଦେହରେ ଏକ ପେଟ୍ରୋଲ୍‌ ପମ୍ପ୍‌ ନିକଟରୁ କ୍ରାଇମ୍‌ବ୍ରାଞ୍ଚ୍ ପୁଲିସ୍‌ ଗିରଫ କରିଥିଲା। ପଚରାଉଚରା ପରେ ସେ ସବୁ ମାନି ଯାଇଥିଲା। ଭାଇ ହରେଶ ସହ ମିଶି ସେ ପ୍ରଥମ ଥର ୨୦୧୪ରେ କାର୍‌ ଚୋରି କରିଥିବା କ୍ରାଇମ୍‌ବ୍ରାଞ୍ଚ ପୁଲିସ୍‌ ଆଗରେ ସ୍ୱୀକାର କରିଥିଲା।

ପଚରାଉଚରା ବେଳେ ଅରବିନ୍ଦ କହିଛି, “ହରେଶ କାର୍‌ ଲକ୍‌ ଭାଙ୍ଗିବାରେ ମାହିର। ସେ ଏସ୍‌ଜି ହାଇୱେରେ ପାର୍କ ହେଉଥିବା କାର୍‌ଗୁଡ଼ିକର ଲକ୍‌ ଭାଙ୍ଗି ବାୱଲା ନେଇ ଆସେ। ସେଠାରେ ଦୁଇଦିନ ମଧ୍ୟରେ ନମ୍ବର ପ୍ଲେଟ୍‌ ବଦଳାଇ ଦେଇଥାଉ। ପରେ ମୁଁ ରାଜକୋଟ୍‌ ନେଇଯାଏ। ଯିବା ବେଳେ ଟୋଲ୍‌ଗେଟ୍‌ ଓ ସିସିଟିଭିରୁ ବର୍ତ୍ତିବା ପାଇଁ ଗାଉଁଲି ରାସ୍ତାରେ ଯାଇଥାଏ। ରାଜକୋଟ୍‌ରେ ପହଞ୍ଚିବା ପରେ ତାହିର ଓ ସଲିମ ଏହାକୁ କିଣି ନିଅନ୍ତି। କାର୍‌ଗୁଡ଼ିକରେ କିଛି ପରିବର୍ତ୍ତନ କରାଯାଇ ଏହାକୁ ବିକ୍ରି କରିଦିଆଯାଏ। ପ୍ରତି କାର୍‌ ପାଇଁ ହରେଶ ୩୦ରୁ ୩୫ ହଜାର ଟଙ୍କା ନେଇଥାଏ।”

 

Related story