ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୋରଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ରୋଗୀଙ୍କୁ ଆଣୁଥିବା ଆମ୍ବୁଲାନ୍ସ ଉପରକୁ ସ୍ଥାନୀୟ ଲୋକମାନେ ପଥର ମାଡ଼ କରିଛନ୍ତି। ଏଥିରେ ଡାକ୍ତର ଓ ପୁଲିସ୍ କର୍ମୀ ଆହତ ହୋଇଛନ୍ତି।
ସାରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଏନଏସଏ ତଦନ୍ତ ଦେଇଛନ୍ତି। ପୁଲିସ୍ ଏହି ଘଟଣାରେ ଗିରଫ କରିଥିବା ୧୦ ଜଣ ଅଭିଯୁକ୍ତଙ୍କ ନାଁରେ ଏନଏସଏ ଲଗାଇଛି। ଆତଙ୍କବାଦୀ କାର୍ଯ୍ୟକଳାପ ବେଳେ ଏନଏସଏରେ ମାମଲା ହୋଇଥାଏ।
ମୋରଦାବାଦର ନୱାବଗଞ୍ଜ ଅଞ୍ଚଳରେ ଦୁଇ ଜଣ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିବା ପରେ ଡାକ୍ତରୀ ଟିମ ସେମାନଙ୍କୁ ଆଣିବା ପାଇଁ ଯାଇଥିଲା। ହେଲେ ଏହି ସମୟରେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମକୁ ପଥର ମାଡ଼ କରିଥିଲେ। ପୁଲିସ୍ ସେମାନଙ୍କୁ ଉଦ୍ଧାର ପାଇଁ ଯିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଯୋଗୀ ଆଦିତ୍ୟନାଥ ଦୋଷୀମାନଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।