ଭାରତର ଆର୍ଥିକ ଅଭିବୃଦ୍ଧି ୮ ପ୍ରତିଶତ ହେଉଛି, ଆମେ କାହିଁକି କରିପାରିବା ନାହିଁ: ଟ୍ରମ୍ପ

ମଞ୍ଚେଷ୍ଟର: ଭାରତୀୟ ଅର୍ଥିକ ଅଭିବୃଦ୍ଧି ଓ ଆମେରିକାର ଅର୍ଥିକ ଅଭିବୃଦ୍ଧି ମଧ୍ୟରେ ଥିବା ଅନ୍ତରକୁ ନେଇ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଡ ଟ୍ରମ୍ପ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ମଞ୍ଚେଷ୍ଟରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଭାରତ ଭଳି ଏକ ବିଶାଳ ଦେଶ ଯଦି ୮ ପ୍ରତିଶତ ଅର୍ଥିକ ଅଭିବୃଦ୍ଧି କରି ପାରୁଛି, ତେବେ ଆମେ କାହିଁକି କରିପାରିବା ନାହିଁ। ଆମେରିକାର ଏପରି ଧିମା ଅର୍ଥିକ ଅଭିବୃଦ୍ଧି ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ବାରକ […]

donald-trump

Rakesh Mallick
  • Published: Saturday, 29 October 2016
  • , Updated: 04 May 2017, 03:44 PM IST

ମଞ୍ଚେଷ୍ଟର: ଭାରତୀୟ ଅର୍ଥିକ ଅଭିବୃଦ୍ଧି ଓ ଆମେରିକାର ଅର୍ଥିକ ଅଭିବୃଦ୍ଧି ମଧ୍ୟରେ ଥିବା ଅନ୍ତରକୁ ନେଇ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଡ ଟ୍ରମ୍ପ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ମଞ୍ଚେଷ୍ଟରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଭାରତ ଭଳି ଏକ ବିଶାଳ ଦେଶ ଯଦି ୮ ପ୍ରତିଶତ ଅର୍ଥିକ ଅଭିବୃଦ୍ଧି କରି ପାରୁଛି, ତେବେ ଆମେ କାହିଁକି କରିପାରିବା ନାହିଁ। ଆମେରିକାର ଏପରି ଧିମା ଅର୍ଥିକ ଅଭିବୃଦ୍ଧି ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ବାରକ ଓବାମା ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି।

ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଓବାମା ଆଧୁନିକ ଆମେରିକାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ଗୋଟେ ବର୍ଷ ଅର୍ଥିକ ଅଭିବୃଦ୍ଧି ୩ ପ୍ରତିଶତ ଛୁଇଁ ନାହିଁ।

ମୋତେ ଜିତାଇ କି ଆଣିଲେ ମୁଁ ଆମେରିକାର ଅର୍ଥିକ ଅଭିବୃଦ୍ଧି ୪ ପ୍ରତିଶତକୁ ଆଣିବି ବୋଲି ଟ୍ରମ୍ପ କହିଛନ୍ତି।

Related story