ଶୁଣନ୍ତୁ ଜାଭେଦ ଅଲ୍ଲୀଙ୍କ କଣ୍ଠରେ ନୂଆ ଦେଶାତ୍ମବୋଧକ ଗୀତ ‘ୱତନ୍‌’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ରାଷ୍ଟ୍ରକୁ ରାଷ୍ଟ୍ରପ୍ରେମରେ ଭିଜାଇବାର ପ୍ରତିବଦ୍ଧତା ସହ ନୂଆ ଭାରତର ସଫଳତା ବଖାଣୁଥିବା ଦେଶାତ୍ମବୋଧକ ସଂଗୀତ ‘ୱତନ୍‌’ ଉନ୍ମୋଚିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚିତ କରିଥିବା ଏହି ସଂଗୀତ ଦୂରଦର୍ଶନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଗୀତକୁ ଲୋକପ୍ରିୟ ବଲିଉଡ ଗାୟକ ଜାଭେଦ ଅଲ୍ଲୀ ଗାଇଛନ୍ତି ଏବଂ ଗୀତିକାର ଆଲୋକ ଶ୍ରୀବାସ୍ତବ ଏହାର ରଚନା କରିଛନ୍ତି। ଦୂଷ୍ୟନ୍ତ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ନୂତନ […]

watan-tri

Subrat Kumar Nayak
  • Published: Tuesday, 13 August 2019
  • , Updated: 13 August 2019, 06:02 PM IST

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ରାଷ୍ଟ୍ରକୁ ରାଷ୍ଟ୍ରପ୍ରେମରେ ଭିଜାଇବାର ପ୍ରତିବଦ୍ଧତା ସହ ନୂଆ ଭାରତର ସଫଳତା ବଖାଣୁଥିବା ଦେଶାତ୍ମବୋଧକ ସଂଗୀତ ‘ୱତନ୍‌’ ଉନ୍ମୋଚିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚିତ କରିଥିବା ଏହି ସଂଗୀତ ଦୂରଦର୍ଶନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଗୀତକୁ ଲୋକପ୍ରିୟ ବଲିଉଡ ଗାୟକ ଜାଭେଦ ଅଲ୍ଲୀ ଗାଇଛନ୍ତି ଏବଂ ଗୀତିକାର ଆଲୋକ ଶ୍ରୀବାସ୍ତବ ଏହାର ରଚନା କରିଛନ୍ତି। ଦୂଷ୍ୟନ୍ତ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ନୂତନ ଭାରତ ପ୍ରତି ସମର୍ପିତ ଏହି ଗୀତରେ ଭାରତ ସରକାରଙ୍କ ଜନହିତକାରୀ କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି। ସଦ୍ୟ ମହାକାଶ ଯାଇଥିବା ଚନ୍ଦ୍ରଯାନ- ୨ର ସଫଳତା ପଛରେ କେନ୍ଦ୍ର ସରକାରଙ୍କ ଦୃଢ଼ ସଂକଳ୍ପ ଏବଂ ଦୂରଦର୍ଶିତା ମଧ୍ୟ ଏଥିରେ ସ୍ଥାନ ପାଇଛି। ଏହି ଗୀତରେ ଆମ ଯବାନଙ୍କ ବୀରତ୍ୱ ଓ ପରାକ୍ରମ ଏବଂ ସହିଦ ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।
https://youtu.be/dXYwUauq4cc?t=116

ଏହି ଅବସରରେ ନିଜର ସମ୍ବୋଧନରେ ଶ୍ରୀ ଜାଭଡେକର ଏହି ଗୀତର ସୃଜନ ପାଇଁ ଦୂରଦର୍ଶନ ଏବଂ ପ୍ରସାର ଭାରତୀକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏହି ଗୀତ ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ସମାରୋହ ଅବସରରେ ଦେଶବାସୀଙ୍କ ଉତ୍ସାହ ବଢ଼ାଇବ।

ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ କେନ୍ଦ୍ରମାନଙ୍କ ଦ୍ୱାରା ଏହି ଗୀତର ପ୍ରସାରଣ କରାଯିବ। ଏହି ଗୀତ ସହିତ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଏହାକୁ ଦୂରଦର୍ଶନ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କପିରାଇଟ୍‌ ମୁକ୍ତ ରଖାଯାଇଛି। ଏହାର ଅର୍ଥ ଦେଶର ସମସ୍ତ ଏଫଏମ୍‌ ଷ୍ଟେସନ୍‌, ମନୋରଞ୍ଜନ ଓ ନ୍ୟୁଜ୍‌ ଚ୍ୟାନେଲ, ସୋସିଆଲ୍‌ ମିଡିଆ ଏବଂ ଅନ୍ୟ ମାଧ୍ୟମରେ ଏହାର ଦେୟମୁକ୍ତ ପ୍ରୟୋଗ କରାଯାଇ ପାରିବ। ପ୍ରସାରଣ ପାଇଁ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ।

ଆଜି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସାର ଭାରତୀ ଅଧ୍ୟକ୍ଷ ଡକ୍ଟର ଏ ସୂର୍ଯ୍ୟପ୍ରକାଶ, ପ୍ରସାର ଭାରତୀର ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶଶୀ ଶେଖର, ଦୂରଦର୍ଶନର ମହାନିର୍ଦ୍ଦେଶକ ସୁପ୍ରିୟା ସାହୁ, ଦୂରଦର୍ଶନ ସମାଚାରର ମହାନିର୍ଦ୍ଦେଶକ ମୟଙ୍କ ଅଗ୍ରୱାଲ, ଆକାଶବାଣୀର ମହାନିର୍ଦ୍ଦେଶକ ଏଫ୍‌ ଶାହରିୟାରଙ୍କ ସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ତଥା ପ୍ରସାର ଭାରତୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Related story