ଧର୍ମସ୍ଥଳରେ ମାଂସ ଫିଙ୍ଗି କିଛି ନେତା ଓ ସଂଗଠନ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ଦାଦ୍ରିରେ ଗୋମାଂସ ଖାଇବା ଘଟଣାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରେଡିଓରେ ଦେଇଥିବା ବାର୍ତ୍ତାରେ ରାଜନୈତିକ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି । ଏଥିରେ ସେ କୌଣସି ରାଜନୈତିକ ଦଳର ନାଁ ନ ନେଇ କିଛି ନେତା ଓ ସଂଗଠନ ଉପରେ ଆରୋପ ଲଗାଇଛନ୍ତି।  ସେ  କହିଛନ୍ତି ଦ୍ରାଦିରେ ଘଟିଥିବା ହିଂସାକାଣ୍ଡ ପାଇଁ ଏହି ନେତା ଓ ସଂଗଠନମାନେ ଦାୟୀ। ଏହି ନେତା ଓ ସଂଗଠନମାନେ ଧର୍ମପୀଠରେ ମାଂସ  ଫୋପାଡି ହିଂସା […]

k

Rakesh Mallick
  • Published: Wednesday, 07 October 2015
  • , Updated: 07 October 2015, 09:55 AM IST

ନୂଆଦିଲ୍ଲୀ: ଦାଦ୍ରିରେ ଗୋମାଂସ ଖାଇବା ଘଟଣାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରେଡିଓରେ ଦେଇଥିବା ବାର୍ତ୍ତାରେ ରାଜନୈତିକ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି । ଏଥିରେ ସେ କୌଣସି ରାଜନୈତିକ ଦଳର ନାଁ ନ ନେଇ କିଛି ନେତା ଓ ସଂଗଠନ ଉପରେ ଆରୋପ ଲଗାଇଛନ୍ତି।  ସେ  କହିଛନ୍ତି ଦ୍ରାଦିରେ ଘଟିଥିବା ହିଂସାକାଣ୍ଡ ପାଇଁ ଏହି ନେତା ଓ ସଂଗଠନମାନେ ଦାୟୀ। ଏହି ନେତା ଓ ସଂଗଠନମାନେ ଧର୍ମପୀଠରେ ମାଂସ  ଫୋପାଡି ହିଂସା ସୃଷ୍ଟି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଦାଦ୍ରିରେ ଗୋମାଂସ ରଖିବା ଅଭିଯୋଗରେ ଇକଲାଖ ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହାସହ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ମାଡରେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ ।

Related story