Advertisment

କରୋନା ଔଷଧ ମିଳିବ କି? Umifenovirର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଭଳି ଭାରତରେ ବି ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଔଷଧ ଓ ଟିକା ଉପରେ ଗବେଷଣା କରାଯାଉଛି। ଏସବୁ ଭିତରେ ଆଣ୍ଟି ଭାଇରାଲ ଡ୍ରଗ Umifenovirର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି। କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଟଷ୍ଟ୍ରୀଆଲ ରିସର୍ଚ୍ଚ(CSIR) ଦ୍ୱାରା ଅନୁମୋଦନ ପ୍ରାପ୍ତ ସିଏଆଇଆର-ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(CDRI)କୁ Umifenovirର ଫେଜ-୩ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି। Umifenovir ସାଧାରଣତଃ ଇନଫ୍ଲ୍ୟୁଏଞ୍ଜା ରୋଗର ଚିକିତ୍ସା […]

ଅଦ୍ୟତନ ହୋଇଛି
କରୋନା ଔଷଧ ମିଳିବ କି? Umifenovirର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି

Umifenovirର କ୍ଲିନିକାଲ ଟ୍ରାଏଲ

Advertisment

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଭଳି ଭାରତରେ ବି ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଔଷଧ ଓ ଟିକା ଉପରେ ଗବେଷଣା କରାଯାଉଛି। ଏସବୁ ଭିତରେ ଆଣ୍ଟି ଭାଇରାଲ ଡ୍ରଗ Umifenovirର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି।

Advertisment

କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଟଷ୍ଟ୍ରୀଆଲ ରିସର୍ଚ୍ଚ(CSIR) ଦ୍ୱାରା ଅନୁମୋଦନ ପ୍ରାପ୍ତ ସିଏଆଇଆର-ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(CDRI)କୁ Umifenovirର ଫେଜ-୩ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି। Umifenovir ସାଧାରଣତଃ ଇନଫ୍ଲ୍ୟୁଏଞ୍ଜା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଏହି ଔଷଧ ଚାଇନା ଓ ରୁଷରେ ଉପଲବ୍ଧ ହୋଇଥାଏ। ଏବେ Umifenovir କରୋନା ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ହେଉଥିବା କୁହାଯାଉଛି।

ଲକ୍ଷ୍ନୌରେ ଥିବା ସିଡିଆରଆଇ ଏବେ Umifenovir କେତେ ପରିମାଣର କରୋନା ଭାଇରସକୁ ମୁକାବିଲା କରିବାରେ ସକ୍ଷମ ହେଉଛି, ତା’ର ପରୀକ୍ଷା କରିବ। ଏଥିସହ ଏହା ରୋଗୀଙ୍କ ଶରୀରରେ କୌଣସି କ୍ଷତି ପହଞ୍ଚାଉଛି କି ନାହିଁ ମଧ୍ୟ ତର୍ଜମା ହେବ। ଏହାବାଦ ଆହୁରି ଅନେକ ପ୍ରକାରର ପରୀକ୍ଷା କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Advertisment

ଏହାର କ୍ଲିନିକାଲ ଟ୍ରାଏଲ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟ(KGMU), ଡା. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ଇଆରଏର ଲକ୍ଷ୍ନୌ ମେଡିକାଲ କଲେଜ ଓ ହସ୍ପିଟାଲ କରାଯିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ Umifenovirରେ ଭଲ ସୁରକ୍ଷା ପ୍ରୋଫାଇଲ ରହିଛି।

ଭାଇରସକୁ ମଣିଷ ଶରୀରରେ ପ୍ରବେଶ କରିବା ଉପରେ ଏହା ରୋଗ ଲଗାଇଥାଏ। ଏଥିସହ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

Corona Corona Report Corona Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe