କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱର ୨୧୦ରୁ ଅଧିକ ଦେଶକୁ ବ୍ୟାପିଛି। ଏହାର ପ୍ରଭାବରେ ଭାରତ, ଆମେରିକା ସମେତ ଅନେକ ଦେଶରେ ବେରୋଜଗାରୀ ବଢ଼ିଛି। ଏକ ରିପୋର୍ଟ ଅନୁଯାୟୀ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶ୍ୱରେ ପ୍ରାୟ ୫୦ କୋଟି ଲୋକ ଚାକିରି ହରାଇଛନ୍ତି। ଏଥିରେ ଭାରତର ୨ କୋଟି ଲୋକ ମଧ୍ୟ ସାମିଲ ଅଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁଯାୟୀ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। […]

strike

strike

Subhransu Sekhar
  • Published: Thursday, 24 September 2020
  • , Updated: 24 September 2020, 04:56 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱର ୨୧୦ରୁ ଅଧିକ ଦେଶକୁ ବ୍ୟାପିଛି। ଏହାର ପ୍ରଭାବରେ ଭାରତ, ଆମେରିକା ସମେତ ଅନେକ ଦେଶରେ ବେରୋଜଗାରୀ ବଢ଼ିଛି। ଏକ ରିପୋର୍ଟ ଅନୁଯାୟୀ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶ୍ୱରେ ପ୍ରାୟ ୫୦ କୋଟି ଲୋକ ଚାକିରି ହରାଇଛନ୍ତି। ଏଥିରେ ଭାରତର ୨ କୋଟି ଲୋକ ମଧ୍ୟ ସାମିଲ ଅଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁଯାୟୀ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ।

CMIE ନାମକ ଏକ ସଂସ୍ଥା ଦ୍ୱାରା ପଞ୍ଜିକୃତ କମ୍ପାନୀଙ୍କ ତଥ୍ୟକୁ ଆଧାର କରି ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏହା କହିଛି। ତେଣୁ ଅନେକ ଛୋଟ କମ୍ପାନୀର ସ୍ଥିତିକୁ ଦେଖିଲେ ଚାକିରୀ ହରାଇବା ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ସାବ୍ୟସ୍ତ ହୋଇଛି ମାନବଜାତି ପାଇଁ। ଲୋକଙ୍କ ଆକଳନ ତୁଳନାରେ ସ୍ଥିତି ଅଧିକ ସାଂଘାତିକ ହେବାକୁ ଯାଉଛି ବୋଲି କୁହାଯାଉଛି।

ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଆକଳନ ଅନୁଯାୟୀ ସମଗ୍ର ବିଶ୍ୱରେ ଶ୍ରମ ଆୟରେ ପ୍ରାୟ ୩.୫ ଟ୍ରିଲିୟନ ଡଲାର କ୍ଷତି ହୋଇଛି। ଜୁନ୍ ଠାରୁ କ୍ରମାଗତ ଭାବରେ ଏହି ଚାକିରି ଛଟେଇ ବଢ଼ି ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅନୁମାନ କରାଯାଉଛି ଯେ ଆହୁରି କ୍ଷତି ହୋଇପାରେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁଯାୟୀ, ଯେଉଁ ସଂସ୍ଥାର କାମ ଅଫିସରେ ହିଁ ହୋଇପାରିବ ସେହି ସଂସ୍ଥା ଅଧିକ କ୍ଷତି ସହୁଛି।

ଜାତିସଂଘର ରିପୋର୍ଟ ଅନୁଯାୟୀ କରୋନା ବେଳେ ଲକଡାଉନ୍ ହୋଇଥିବାରୁ ନିଯୁକ୍ତି ହ୍ରାସ ପାଇଛି। ଯଦି କରୋନାରେ ଠିକ୍ ସମୟରେ ନିୟନ୍ତ୍ରଣକୁ ନ ଆସେ ତେବେ ପୁନଃ ଚାକିରି ପ୍ରକ୍ରିୟା ବିଳମ୍ବ ହୋଇପାରେ।

CMIE ର ଆକଳନ ଅନୁଯାୟୀ, କରୋନା ମହାମାରୀରେ ଭାରତରେ ୨ କୋଟି ଚାକିରି ହରାଇଥିବା କୁହାଯାଉଛି। ସେଥିମଧ୍ୟରୁ ଜୁଲାଇ ଏବଂ ଅଗଷ୍ଟ ମାସରେ ୮୧ ଲକ୍ଷ ଲୋକ ବେକାର ହୋଇଛନ୍ତି।

Related story