ବାଂଲାଦେଶ ଗସ୍ତରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଦୁଇଦିନିଆ ବିଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାଂଲାଦେଶରେ ପହଞ୍ଚିଛନ୍ତି । ମୋଦି ବାଂଲାଦେଶରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ଗସ୍ତ ସମୟରେ ମୋଦି ତାଙ୍କ ପ୍ରତିପକ୍ଷ ଶେଖ ହାସିନାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ମୋଦିଙ୍କ ଗସ୍ତ ସମୟରେ ପ୍ରାୟ ୨୦ଟି ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଦୁଇ ଦେଶ ମଧ୍ୟରେ ସୀମା ଚୁକ୍ତି ହୋଇପାରେ ବୋଲି […]

modi

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 05:56 AM IST

ନୂଆଦିଲ୍ଲୀ: ଦୁଇଦିନିଆ ବିଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାଂଲାଦେଶରେ ପହଞ୍ଚିଛନ୍ତି । ମୋଦି ବାଂଲାଦେଶରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ଗସ୍ତ ସମୟରେ ମୋଦି ତାଙ୍କ ପ୍ରତିପକ୍ଷ ଶେଖ ହାସିନାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ମୋଦିଙ୍କ ଗସ୍ତ ସମୟରେ ପ୍ରାୟ ୨୦ଟି ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଦୁଇ ଦେଶ ମଧ୍ୟରେ ସୀମା ଚୁକ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହାଦ୍ୱାରା ଦୁଇ ଦେଶରେ ସୀମାରେ ସୁରକ୍ଷା ସ୍ଥିତିରେ ସୁଧାର ପାରିବ । ଏହାବାଦ ଦୁଇ ଦେଶ ମଧ୍ୟରେ ରେଳବାଇ, ଶକ୍ତି, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ମୋଦି ସକାଳେ ଢାକାରେ ପହଞ୍ଚିବା ପରେ ତାଙ୍କୁ ଔପଚାରିକ ଭେବେ ସ୍ୱାଗତ କରାଯିବ। ଏଥିପାଇଁ ବାଂଲାଦେଶ ରାଜଧାନୀ ଢାକାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାପରେ ମୋଦି ରାଷ୍ଟ୍ରୀୟ ଶହୀଦ ସ୍ମାରକ ବଙ୍ଗବନ୍ଧୁ ସଂଗ୍ରହାଳୟ ଯିବେ। ସେଠାରୁ ସେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୋଦି ଭେଟିବାକୁ ଯିବାର କାର୍ଯ୍ୟକ୍ରମ ରହିଛି।

Related story