ଦୁଇ ଦିନିଆ ୟୁଏଇ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ମୋଦି ପ୍ରଥମେ ଆବୁଧାବି ଯିବେ । ସେଠାରେ ବ୍ୟବସାୟିକ ଓ ସାମରିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ମୋଦି ୟୁଏଇ ନେତୃବର୍ଗଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହେବ। ମୋଦି ଇସଲାମୀୟ ଐତିହ୍ୟ କୁହାଯାଉଥିବା ଶେଖ୍ ଯାମ୍ଭେଦ ମସଜିଦ ଓ ହାଇଟେକ୍, କାର୍ବନ ମୁକ୍ତ ମାସଦାର ସହର ବୁଲି ଦେଖିବାର […]

High1

Rakesh Mallick
  • Published: Sunday, 16 August 2015
  • , Updated: 17 August 2015, 04:55 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ମୋଦି ପ୍ରଥମେ ଆବୁଧାବି ଯିବେ । ସେଠାରେ ବ୍ୟବସାୟିକ ଓ ସାମରିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ମୋଦି ୟୁଏଇ ନେତୃବର୍ଗଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହେବ। ମୋଦି ଇସଲାମୀୟ ଐତିହ୍ୟ କୁହାଯାଉଥିବା ଶେଖ୍ ଯାମ୍ଭେଦ ମସଜିଦ ଓ ହାଇଟେକ୍, କାର୍ବନ ମୁକ୍ତ ମାସଦାର ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ବେଳେ ୟୁଏଇରେ ବସବାସ କରୁଥିବା ଭାରତୀୟଙ୍କୁ ମୋଦି ସମ୍ୱୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ୩୪ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁଏଇ ଯାଇଛନ୍ତି । ପୂର୍ବରୁ ୧୯୮୧ରେ ଇନ୍ଦିରା ଗାନ୍ଧି ୟୁଏଇ ଯାଇଥିଲେ।

Related story